Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାଢ଼େ ୨ ସୁଦ୍ଧା ୩ ସହରରେ ୪୦ ଟପିଲା ପାରଦ, ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସାଢ଼େ ୨ ସୁଦ୍ଧା ୩ ସହରରେ ୪୦ ଟପିଲା ପାରଦ, ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ରେକର୍ଡ ଭାଙ୍ଗିଲା ତାତି । ହୋଲିରେ ତତେଇଲା ଖରା । ଭାଜି ହେଲା ପଶ୍ଚିମ ଓଡ଼ିଶା । ଦିନ ସାଢ଼େ ୨ଟା ସୁଦ୍ଧା ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ସମ୍ବଲପୁରରେ ସାଢ଼େ ୨ଟା ସୁଦ୍ଧା ପାରଦ ୪୨ ଡିଗ୍ରୀ ଛୁଇଁଥିବା ବେଳେ ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ, ରାଉରକେଲାରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି ।


ହୀରାକୁଦରେ ତାପମାତ୍ରା ୩୯.୬ ଡିଗ୍ରୀ, ଭୁବନେଶ୍ଵରରେ ୩୮.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ ଓ ଚାନ୍ଦବାଲିରେ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୪ ଦିନ ଯାଏଁ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତା ପରେ ପାରଦ ୨ରୁ ୪ ଡିଗ୍ରୀ ଖସି ପାରେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ପାଇଁ ହିଟ୍ ୱେଭ୍ ନେଇ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡିକୁ ରେଡ୍ ୱାର୍ଣ୍ଣିଂ ରହିଥିବା ବେଳେ ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧକୁ ଅରେଞ୍ଜ ଆଲର୍ଟ ରହିଛି । ସେହିଭଳି ୧୬ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିକୁ ରେଡ୍ ଆଲର୍ଟ ଥିବା ବେଳେ ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି ।


୧୭ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡିକୁ ଅରେଞ୍ଜ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ୧୮ରୁ ଗ୍ରୀଷ୍ମପ୍ରବାହ ସାମାନ୍ୟ କମିବ ତଥାପି ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ଼ ଓ ନୂଆପଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ହିଟ୍‌ୱେଭ ସ୍ଥିତି ଲାଗି ରହିବ ।

Sponsored
Heat Wave 3 Places Of Odisha Records 40 Degrees Above | Argus News