Videos
|
Odisha

ଆହୁରି ୨ ଦିନ ଜାରି ରହିବ ଗ୍ରାଷ୍ମ ଲହରୀ

Banajyotshna Ray
Browse all articles by Banajyotshna Ray
·2 years ago
ଆହୁରି ୨ ଦିନ ଜାରି ରହିବ ଗ୍ରାଷ୍ମ ଲହରୀ

ଅର୍ଗସ ବ୍ୟୁରୋ:  ପ୍ରଚଣ୍ଡ ଗରମ, ଅସମ୍ଭାଳ ତାତିରେ ଛଟପଟ ସାରା ଓଡ଼ିଶା । ଆକାଶରୁ ନିଆଁ ବର୍ଷା ହେଉଛି। ପାଣିପାଗ ବିଭାଗର ଆକଳନ, ଆହୁରି 2 ଦିନ ଯାଏଁ ଜାରି ରହିବ ଗ୍ରାଷ୍ମ ଲହରୀ । ସକାଳ 8ଟା 30 ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ 35 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀରରେ 34.2 ଡିଗ୍ରୀ,ରାଉରକେଲାରେ 33.4ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଚି। କଟକ, ବାରିପଦା, କେନ୍ଦୁଝର, ଝାରସୁଗୁଡା, ବାଲେଶ୍ୱରରେ 33 ଡିଗ୍ରୀ ତାପମାତ୍ରା ଅନୁଭୂତ ହେଉଛି। ସେହିପରି ଚାନ୍ଦବାଲିରେ 33.8ଡିଗ୍ରୀ, ଟିଟିଲାଗଡ଼ରେ 32.4ଡିଗ୍ରୀ, ଭୁବନେଶ୍ୱର ଓ ତାଳଚେରରେ 32.2ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭଦ୍ରକ, ନୂଆପଡା ଏବଂ ଜଗତସିଂହପୁରରେ 31.4 ପାରଦ ରେକର୍ଡ କରାଯାଇଛି। ସେପଟେ ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
heat wave hot weather today | Argus News