Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କାଲିଠୁ ବଢ଼ିବ ତାତି, ୧୫ରୁ ହିଟ୍‌ ୱେଭ୍ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Odisha

କାଲିଠୁ ବଢ଼ିବ ତାତି, ୧୫ରୁ ହିଟ୍‌ ୱେଭ୍ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Sushanta Sahoo
Browse all articles by Sushanta Sahoo
·1 year ago·2 min read
କାଲିଠୁ ବଢ଼ିବ ତାତି, ୧୫ରୁ ହିଟ୍‌ ୱେଭ୍ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ଵର: ମାର୍ଚ୍ଚ ଅଧାରୁ କଲବଲ କରିବ ତାତି । ଦିନ ଭଳି ରାତି ବି ହେବ ତତଲା । ରାଜ୍ୟର ଏକାଧିକ ସ୍ଥାନରେ ଦିନ ବେଳା ପାରଦ ୪୦ ପାର୍ କରିବ । ଗ୍ରୀଷ୍ମ ପ୍ରବାହକୁ ନେଇ କିଛି ଏମିତି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ଓଡ଼ିଶା ଉପରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ବେଳେ ତାତି ବଢ଼ିବାକୁ ଯାଉଛି ।


ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ମଧ୍ୟରେ ସର୍ବୋଚ୍ଚ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସେହିଭଳି ରାତିର ସର୍ବନିମ୍ନ ତାପମାତ୍ରା ୩ ଦିନ ପରେ ୨ରୁ ୩ ଡିଗ୍ରୀ ବଢ଼ି ଯିବ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଶୁଖିଲା ପାଗ ।


ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଥିବା ବେଳେ ଆଜି ବୁଧବାର ଦିନ ସାଢ଼େ ୧୧ଟା ସୁଦ୍ଧା ଚଳିତବର୍ଷ ପ୍ରଥମଥର ପାଇଁ ପାରଦ ୩୭ ଡିଗ୍ରୀ ଅତିକ୍ରମ କରିଛି । ଆଜି ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ପାରଦ ୩୭.୨ ଡିଗ୍ରୀ ରେକର୍ଡ ହୋଇଛି ।


୧୩ ତାରିଖ ପାଇଁ ହିଟ୍‌ ୱେଭ୍ ନେଇ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧକୁ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଛି । ସେହିଭଳି ୧୪ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ, ସୁନ୍ଦରଗଡ଼ ଓ ଅନୁଗୁଳକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୫ ତାରିଖରୁ ତାତି ବଢ଼ିବ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ବଢ଼ିବ ଖରାର ପ୍ରକୋପ । ଦିନ ରାତି ବେଳା ବି ତାତି ଅନୁଭୂତ ହେବ । ୧୫ରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧକୁ ହିଟ୍‌ ୱେଭ୍ ନେଇ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ଅନୁଗୁଳ, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଓ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ରହିଛି । ସେହିଭଳି ସୁନ୍ଦରଗଡ଼, ବଲାଙ୍ଗିର, ବରଗଡ଼ ଓ ବୌଦ୍ଧରେ ରାତି ତତଲା ରହିବ । ଏ ନେଇ ୟେଲୋ ଆଲର୍ଟ ଦିଆଯାଇଛି ।


ସେହିଭଳି ୧୬ ତାରିଖରେ ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍‌ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାକୁ ରହିଛି ୟେଲୋ ଆଲର୍ଟ । ସେହିଭଳି ସୁନ୍ଦରଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲାରେ ରାତି ସମୟରେ ପାରଦ ଅଧିକ ରହିବା ନେଇ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଛି ।


ଅରେଞ୍ଜ ୱାର୍ଣ୍ଣିଂ ସମୟରେ ଖରାର ପ୍ରକୋପ ଅଧିକ ରହୁଥିବାରୁ ଦିନ ୧୧ଟାରୁ ୩ ଦିନ ମଧ୍ୟରେ ସତର୍କତା ଅବଲମ୍ବନ କରିବା ଜରୁରି । ବିଶେଷ କରି ନବଜାତକ, ବୟସ୍କ ଓ ଶ୍ଵାସରୋଗୀ ଖରା ଠାରୁ ଦୂରେଇ ରହିବା ଆବଶ୍ୟକ ।


Argus Whatsapp Channel Mobile Top
Sponsored
Heat Wave Orange Warning For Western Odisha | Argus News