Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଳବୈଶାଖୀ ପରେ ଫେରୁଛି ତାତି: ହିଟ୍‌ୱେଭ୍ ନେଇ ୨ ଦିନ ପାଇଁ ୟେଲୋ ଆଲର୍ଟ

Odisha

କାଳବୈଶାଖୀ ପରେ ଫେରୁଛି ତାତି: ହିଟ୍‌ୱେଭ୍ ନେଇ ୨ ଦିନ ପାଇଁ ୟେଲୋ ଆଲର୍ଟ

Sushanta Sahoo
Browse all articles by Sushanta Sahoo
·1 year ago·1 min read
କାଳବୈଶାଖୀ ପରେ ଫେରୁଛି ତାତି: ହିଟ୍‌ୱେଭ୍ ନେଇ ୨ ଦିନ ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ଵର: କାଳବୈଶାଖୀ ତାଣ୍ଡବ ପରେ ରାଜ୍ୟରେ ପାଗ ବଦଳୁଛି । ବିଭିନ୍ନ ସ୍ଥାନରେ ପାରଦ ବଢ଼ିବା ସହ ଆରମ୍ଭ ହୋଇଛି ଗୁଳୁଗୁଳି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ୩ ଦିନ ମଧ୍ୟରେ ସର୍ବୋଚ୍ଚ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇପାରେ ।


କେବଳ ଦିନ ନୁହେଁ ରାତି ତାପମାତ୍ରା ମଧ୍ୟ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ଏହା ପରେ ୨ରୁ ୩ ଡିଗ୍ରୀ ପାରଦ ବଢ଼ିପାରେ । ବୁଧବାର ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ ହୋଇଛି । ତେଣୁ ଆଗକୁ ପାରଦ ୪୨ ଟପିବା ଆଶଙ୍କା କରାଯାଉଛି ।


୨୯ ଓ ୩୦ ତାରିଖରେ ହିଟ୍‌ ୱେଭ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାକୁ ହିଟ୍‌ୱେଭ୍ ଆଲର୍ଟ ରହିଥିବା ବେଳେ କାଳବୈଶାଖୀ ନେଇ କୌଣସି ସତର୍କ ସୂଚନା ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heat Wave Yellow Alert For Western Odisha | Argus News