ବଢ଼ୁଛି ପାରଦ: ୩୦ ତାରିଖ ପର୍ଯ୍ୟନ୍ତ ହିଟ୍ୱେଭ୍ ନେଇ ୟେଲୋ ଆଲର୍ଟ

ଭୁବନେଶ୍ଵର: କାଳବୈଶାଖୀ ପ୍ରଭାବ କମିବା ପରେ ରାଜ୍ୟରେ ଉପରମୁହାଁ ହୋଇଛି ପାରଦ । ଦିନ ବେଳାର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ପାର୍ କରିଥିବା ବେଳେ ପାଣିପାଗ ବିଭାଗର ଆକଳନ ଆହୁରି ବଢ଼ିବ ତାପମାତ୍ରା । ଆଗାମୀ ୨ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଦ ବିଜ୍ଞାନ କେନ୍ଦ୍ର ।
କେବଳ ଦିନ ନୁହେଁ, ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆଗାମୀ ୨ ଦିନରେ ରାତିର ସର୍ବନିମ୍ନ ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ପାଣିପାଗ ବିଭାଗ ପକ୍ଷରୁ ୨୦ ତାରିଖ ପର୍ଯ୍ୟନ୍ତ ହିଟ୍ୱେଭ୍ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୮ ତାରିଖରେ ସମ୍ବଲପୁର ଓ ବୌଦ୍ଧକୁ ରହିଛି ୟେଲୋ ଆଲର୍ଟ ।
୨୯ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡିକୁ ହିଟ୍ୱେଭ୍ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୦ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଦିଆଯାଇଛି ।
📱 Get Argus News App
✨
ରାଜ୍ୟରେ ପାରଦ ବଢ଼ୁଥିବା ବେଳେ ଗତ ୨୪ ଘଣ୍ଟାରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି । ଗୁରୁବାର ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି । ସମ୍ବଲପୁରରେ ପାରଦ ୪୦ ଡିଗ୍ରୀ, ହୀରାକୁଦରେ ୪୦.୧ ଡିଗ୍ରୀ, ଭୁବନେଶ୍ୱରରେ ୩୮.୫ ଡିଗ୍ରୀ ରେକର୍ଡ ହୋଇଛି ।