Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳି

Odisha

ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳି

Banajyotshna Ray
Browse all articles by Banajyotshna Ray
·12 months ago·1 min read
ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳି

Key Points

ଆହୁରି ୨୪ ଘଣ୍ଟା ଅସ୍ତବ୍ୟସ୍ତ କରିବ ଗୁଳୁଗୁଳି

୧୫ ଜିଲ୍ଲାକୁ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ରାଜ୍ୟରେ ଆହୁରି ୨୪ ଘଣ୍ଟା ଅସ୍ତବ୍ୟସ୍ତ କରିବ ଗୁଳୁଗୁଳି । ଏହାସହ କାଳବୈଶାଖୀର ମଧ୍ୟ ବିଶେଷ ପ୍ରଭାବ ରହିବ । ଆସନ୍ତା ୨୪ ଘଂଟାରେ ୧୫ ଜିଲ୍ଲାକୁ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ଓ ୫୦ ରୁ ୬୦ କିମି ବେଗରେ ପବନ ବୋହିବାକୁ ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତୀ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।


ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୨୪ ଘଣ୍ଟା ପାଇଁ ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି ଓ ପୁରୀ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଗତ ୨୪ ଘଂଟାରେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ କନ୍ଧମାଳ, ଖଜୁରୀପଦା ରେ ସର୍ବାଧିକ ୯୪.୪ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ସମ୍ବଲପୁର ଓ ସୁନ୍ଦରଗଡ ରେ ସର୍ବାଧିକ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତକାଲି ରାଜ୍ୟରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଯାହା ଫଳରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ଆଶା କରାଯାଉଥିଲା କି ଏହି ବର୍ଷା ଲାଗିରହିବ। କିସ୍ତୁ ଏହା ହେଲା ନାହିଁ। ଆଗକୁ ପ୍ରବଳ ଗୁଳୁଗୁଳି ଥିବା କୁହାଯାଉଛି। 

Sponsored
heatwave-to-wreak-havoc-in-the-state-for-another-24-hours | Argus News