Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Weather Warning / ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ! ୧୮ଟି ଜିଲ୍ଲାରେ ପବନ ସହ ବର୍ଷା ସମ୍ଭାବନା

Bikash Mohanty
Browse all articles by Bikash Mohanty
·3 months ago·2 min read
ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ! ୧୮ଟି ଜିଲ୍ଲାରେ ପବନ ସହ ବର୍ଷା ସମ୍ଭାବନା
Rain

Key Points

ଆସନ୍ତା ୫ ଦିନ ଯାଏ କାଳବୈଶାଖୀ !
୧୮ ଜିଲ୍ଲାରେ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା
ପାଣିପାଗ ବିଭାଗ ପକ୍ଷରୁ ସୁଚନା
ଭୁବନେଶ୍ବର,୦୫/୦୪: ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହୋଇଥିଲା। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସକାଳୁ ଗୁଳୁଗୁଳି ଅନୁଭୂତ ହୋଇଥିବା ବେଳେ ପୂର୍ବାହ୍ଣ ୧୧ଟା ସୁଦ୍ଧା ତାପମାତ୍ରା ୩୦ ଡିଗ୍ରି ଛୁଇଁଥିଲା। ତେବେ ଗତକାଲି ଅପେକ୍ଷା ଆଜି ରାଜ୍ୟର ଦିନ ତାପମାତ୍ରା ଖସିଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ଅତିକ୍ରମ କରିଥିବା ବେଳେ ୯ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଆଜି ରାଜ୍ୟର ୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରି ଦିନ ତାପମାତ୍ରା ରହିଥିଲା ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ତାତିରୁ ତ୍ରାହି ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ରାଜଧାନୀ ଭୁବନେଶ୍ବରରେ ୩୮.୮ ଡିଗ୍ରି ରହିଥିବା ବେ‌ଳେ କଟକରେ ଥିଲା ୩୭.୮ ଡିଗ୍ରି। ତେବେ ଆସନ୍ତାକାଲିଠାରୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ଏହା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆସନ୍ତାକାଲି ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ଏଥିସହ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଧା, ନୟାଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏଣୁ ଏହି ସମସ୍ତ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ୪୦ରୁ ୫୦ କିମି ବେଗ‌ରେ ରହିବ। ଫଳରେ ରାଜ୍ୟର ତାପମାତ୍ରା କମିବ।


ସେପଟେ ଗତକାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ୍। ଗତକାକାଲି ଠାରୁ  ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିଥିଲା ସ୍କୁଲ୍। ଖରା ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ନେଇ ସମସ୍ତଙ୍କ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲା ଗଣଶିକ୍ଷା ବିଭାଗ। ରାଜ୍ୟରେ ବଢୁଥିବା ଖରା ଓ ଗରମକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ତାତିର ପ୍ରକୋପ ବୃଦ୍ଧି ପାଇବାରୁ ମଧ୍ୟାହ୍ନ ସମୟକୁ ଏଡ଼ାଇବା ପାଇଁ ଏହି ସକାଳୁଆ ସମୟ ଧାର୍ଯ୍ୟ କରାଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି ହୋଇଛି। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Heatwave Intensifies in Coastal West Bengal; Rain Relief Expected Soon | Argus News