Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତତଲା କଡେଇରେ ସିଜୁଛି ବାଙ୍କୀ

Odisha

ତତଲା କଡେଇରେ ସିଜୁଛି ବାଙ୍କୀ

Manini Pattanayak
Browse all articles by Manini Pattanayak
·2 years ago·2 min read
ତତଲା କଡେଇରେ ସିଜୁଛି ବାଙ୍କୀ

 କଟକ : ତତଲା କଡେଇରେ ଭାଜି ହେଉଛି ବାଙ୍କୀ ସହର। .ଦିନ 10ଟା ବାଜିଲେ ଲୋକେ ଘରୁ ବାହାରି ପାରୁ ନାଁହାନ୍ତି  ଲୋକେ । ସହର ମଧ୍ୟରେ ବାଙ୍କୀ NAC ପକ୍ଷରୁ ନାଁ ଅଛି ଜଳ ଛତ୍ର ନାଁ ଅଛି ଅଂଶୁଘାତ ସଚେତନତା। ଏପଟେ ସହର କୁ ଆସୁଥିବା ଲୋକେ ବିଶୁଦ୍ଧ ପାଣି ବୁନ୍ଦେ ପାଇଁ ହେଉଛନ୍ତି ହନ୍ତସନ୍ତ। ଖରା ଦିନେ ବାଙ୍କୀ ପାନୀୟ ଜଳ ଯୋଗାଣ ପକ୍ଷରୁ  ଛକ ମାନଙ୍କ ରେ ପାଣିକୁ ମହଜୁଦ ରଖିବା ପାଇଁ କରାଯାଇଥିବା ଜଳ ସରକ୍ଷଣ ନନ୍ଦ ଟାଙ୍କି ଗୁଡିକ ଏବେ ଖାଲି ପଡିଛି।  ଖାଲିସେତିକି ନୁହେଁ ଅନେକ ଜାଗାରେ ଅପରିଷ୍କାର ହୋଇ ପଡ଼ିବାର ଦେଖିବାକୁ ମଧ୍ୟ ମିଳିଛି।

ସହର ମଧ୍ୟରେ ଯେଉଁ ଗୋଟିଏ ଯୋଡିଏ ଟ୍ୟୁବଲ ରହିଛି ତାହା ମଧ୍ୟ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ଖରା ଦିନ ଆସିଲେ ଅଂଶୁଘାତ ନିୟନ୍ତ୍ରଣ ସରକାରଙ୍କ କେବଳ ପ୍ରଚାର ପ୍ରସାରରେ ସୀମିତ ବୋଲି କହିଛନ୍ତି NAC ବାସୀ ଖରା ଦିନ ଆସିଲେ ଲୋକ ଦେଖାଣିଆ ବାଙ୍କୀ ପ୍ରଶାସନ ତରଫରୁ ଅଂଶୁଘାତ କୁ ନିୟନ୍ତ୍ରଣ କରିବା ପାଇଁ ବୈଠକ ବସୁଛି କିନ୍ତୁ କୌଣସି ପଦକ୍ଷେପ ନିଆ ଯାଏ ନାହିଁ ।  ନିର୍ମାଣ ହୋଇଥିବା ଥଣ୍ଡା ପାନୀୟ ଜଳ ଯାହା ଏବେ ଜରାଜୀର୍ଣ ଅବସ୍ଥାରେ ପଡିଛି । ଖରା ରେ ଲୋକଙ୍କ କାମରେ ଆସୁ ନାହିଁ ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଅଂଶୁଘାତ ମୁକାବିଲା କରିବା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ସି. ଡି.ଏମ. ଓ।  କିନ୍ତୁ ବାସ୍ତବ ରେ ଦୁଇଟି ବେଡ଼ ପକାଇ ଦେଇ ନିଜର ଦାୟୀତ୍ବ ଶେଷ କରିଦେଇଛି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ। ଆବଶ୍ୟକୀୟ ବେଡ଼ ସାଙ୍ଗକୁ ଡାକ୍ତର ଅଭାବର ଅଭିଯୋଗ ଆଣିଛନ୍ତି ଅଞ୍ଚଳ ବାସୀ.।  ସେପଟେ ଷ୍ଟାଣ୍ଡ ପୋଷ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରିବା ସହିତ ଟ୍ୟାଙ୍କର ବ୍ୟବସ୍ତା କରାଯାଇ ଲୋକଙ୍କୁ ପାଣି ଯୋଗେଇ ଦିଆଯିବ ବୋଲି କହିଛନ୍ତି ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ତେବେ ଆଗକୁ ଅଂଶୁଘାତ ମୁକାବିଲା କରିବାରେ ବାଙ୍କୀ ପ୍ରଶାସନ କେତେ ସଫଳ ହେଉଛି ତାହାରି ଉପରେ ସମସ୍ତଙ୍କ ନଜର.

ଅଧିକ  ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heave heat in banki odisha | Argus News