ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ଜୋରଦାର କମ୍ବିଂ

Key Points
ସୀମାନ୍ତକୁ ଯାଇ ଯାଞ୍ଚ କଲେ ନିଜେ ସିଆରପିଏଫ ଆଇଜି
ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜମ ହିଡିମା କୋରାପୁଟ ପେଟଗୁଡ଼ା ଜଙ୍ଗଲରୁ ଗିରଫ
କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୭ଟି ବଡ଼ ମାଓ ହିଂସାରେ ଥିଲା ଜଡ଼ିତ
୪୮ ଘଣ୍ଟା ପରେ ବି ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ଖଣି ନିକଟରୁ ଲୁଟ୍ ୪ ଟନର ବିସ୍ଫୋରକର ଏଯାଏ ମିଳିନି ପତ୍ତା। ଓଡ଼ିଶା- ଝାଡ଼ଖଣ୍ଡ ସୀମାକୁ ସିଲ କରାଯାଇ ସିଆରପିଏଫ୍ ଓ ପୋଲିସ ପକ୍ଷରୁ ଜୋରଦାର କମ୍ଭିଂ ଅପରେସନ୍ ଜାରି ରହିଛି। ହେଲେ ଏତେ ପରିମାଣର ବିସ୍ଫୋରକ ନେଇ କୁଆଡ଼େ ଗାଏବ ହୋଇଗଲେ ଲୁଟେରା ତାର ପୋଲିସ ପାଉନି ଟେର୍। ସେପଟେ ମାମଲାର ଯାଞ୍ଚ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଲୁଟ୍ ହୋଇଥିବା ସ୍ଥାନ ସହ ବଢ଼ଗାଁରେ ଥିବା ଇତିମା ଗର୍ଗ ବ୍ଲାଷ୍ଟ୍ ସର୍ଭିସକୁ ଯାଇ ଘଟଣାର କରିଛି ତଦନ୍ତ। ଓଡ଼ିଶା- ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ ନିଜେ ସିଆରପିଏଫ୍ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଓ ସିଆରପିଏଫ କମାଣ୍ଡର ଅସିତ୍ କୁମାର ଚୌଧୁରୀ ସୀମାକୁ ଯାଇ ସ୍ଥିତିର କରିଛନ୍ତି ଅନୁଧ୍ୟାନ। ଗୁରୁବାର ରାଉରକେଲାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଡିଜିପି ୱାଇ.ବି. ଖୁରାନିଆ ବିସ୍ଫୋରକ ଲୁଟ୍ ଘଟଣାର ସମୀକ୍ଷା କରିଛନ୍ତି। ଏଥିରେ ପଶ୍ଚିମାଞ୍ଚଳ DIG, ସୁନ୍ଦରଗଡ଼ SP ରାଉରକେଲା ଏସପିଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ଯୋଗଦେଇଥିଲେ।
ବଡଗାଁ ବିସ୍ପୋରକ ଗୋଦାମ ଜଙ୍ଗଲ ମଝିରେ ଥିବାରୁ ସେହି ଗୋଦାମ କଡା ସୁରକ୍ଷା ଦିଆଯିବା ନେଇ ହୋଇଛି ନିଷ୍ପତ୍ତି। ଏଥିସହ କାହିଁକି ସୁରକ୍ଷା ବଳୟରେ ବିସ୍ପୋରକ ନିଆଯାଉନଥିଲା ତାର ତଦନ୍ତ କରାଯିବ । ଅନୁମତି ଦିଆଯାଇଥିବା ବିସ୍ପୋରକ ଗୋଦାମଗୁଡ଼ିକର ଅଡିଟ ମଧ୍ୟ ହେବ। ସେପଟେ କୋରାପୁଟ ପୋଲିସକୁ ମିଳିଛି ବଡ ସଫଳତା। ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣେ ହାର୍ଡକୋର ମାଓବାଦୀକୁ ଗିରଫ କରିଛି ପୋଲିସ। ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ଦୁର୍ଦ୍ଧାନ୍ତ ମାଓବାଦୀ କୁଞ୍ଜମ ହିଡିମା ଓରଫ ମୋହନକୁ ଗିରଫ କରାଯାଇଛି। ବୁଧବାର ପେଟାଗୁଡ଼ା ଜଙ୍ଗଲରେ ମାଓୱାଦୀ ଥିବ ସୂଚନା ମିଳିବା ପରେ ଏସଡିପିଓ ଜୟପୁରଙ୍କ ନେତୃତ୍ୱରେ ଡିଭିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଗୁରୁବାର ସକାଳୁ ଡିଭିଏଫ ଦଳ ପାହାଡ଼ରେ ମାଓବାଦୀଙ୍କ ଏକ ଶିବିର ଠାବ କରିଥିଲା, ମାଓବାଦୀ ଏହା ଜଣିପାରି ଜବାନଙ୍କ ଉପରକୁ ଗୁଳି ଚଳାଇଥିଲେ।
📱 Get Argus News App
✨ଡିଓଏଫର ପାଲଟା ଗଳିଚାଳନା ପରେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ ତେବେ ହାର୍ଡକୋର ମାଓବାଦୀ କୁଞ୍ଜମ ହିଡିମା ଲୁଚିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଗିରଫ କରିଥିଲା ପୋଲିସ। ମାଓ ଶିବିରରୁ ଗୋଟିଏ AK-47 ରାଇଫଲ୍ ସମେତ ୨୭ଟି ଇଲେକ୍ଟ୍ରିକ୍ ଡିଟୋନେଟର୍ସ, ୯୦ ଟି Co-founder ଡେଟୋନେଟର, 2 କେଜି ଗନ୍ ପାଉଡର ଓ ୱାକି-ଟକି ସମେତ ବହୁ ସାମଗ୍ରୀ ଜବତ କରିଛି ପୋଲିସ। ଏପ୍ରିଲ ୨୦୨୬ ସୁଦ୍ଧା ଦେଶରୁ ମାଓବାଦର ଅନ୍ତ ପାଇଁ ସଂକଳ୍ପ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଫୋର୍ସ ପକ୍ଷରୁ ଜୋରଦାର ମାଓବିରୋଧୀ ଅପରେସନ ଯୋଗୁଁ ଏବେ ଭାରତରେ ଶେଷ ନିଶ୍ବାସ ନେଉଛି ମାଓବାଦ। ତେଣୁ ଅସ୍ତ୍ରଶତ୍ର ଓ ଗୋଳାବରୁଦର ଘୋର ଅଭାବର ସାମ୍ନା କରୁଥିବା ମାଓବାଦୀଙ୍କ ହାତ ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ପଛରେ ଥାଇ ପାରେ ବୋଲି ଆଶଙ୍କା କରାଯାଉଛି।