Videos
|
Odisha

ଅନୁଗତଙ୍କୁ ଖୁସି କରିବାକୁ ଟଙ୍କା ଲୁଟ୍‌ କରିଛନ୍ତି ପ୍ରମିଳା !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଅନୁଗତଙ୍କୁ ଖୁସି କରିବାକୁ ଟଙ୍କା ଲୁଟ୍‌ କରିଛନ୍ତି ପ୍ରମିଳା !

Key Points

  • ପ୍ରମିଳାଙ୍କ ନାଁରେ ଦୁର୍ନୀତିର ମାଳମାଳ ଅଭିଯୋଗ
  • ଅନୁଗତଙ୍କୁ ଖୁସି କରିବାକୁ MLA ଲ୍ୟାଡରୁ ଲୁଟିଛନ୍ତି କୋଟି କୋଟି
  • ପ୍ରୋଜେକ୍ଟ ନାଁରେ ମିଛ ବିଲ୍‌ କରି ଲକ୍ଷଲକ୍ଷ ହେରଫେର

ଅର୍ଗସ ବ୍ୟୁରୋ: ନିଇତି ବିଜେଡି ନେତାଙ୍କ ନାଁରେ ଆସୁଛି ଦୁର୍ନୀତିର ଅଭିଯୋଗ । ଏବେ ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ନିଜ ଲୋକଙ୍କୁ ଖୁସି କରିବାକୁ ବିଧାୟକ ହାତ ପାଣ୍ଠିରୁ ଲୁଟ୍‌ କରିଛନ୍ତି କୋଟି କୋଟି ଟଙ୍କା । ତାହା ପୁଣି ପ୍ରୋଜେକ୍ଟ ନାଁରେ । ପ୍ରମିଳାଙ୍କ ସବୁ ଦୁର୍ନୀତିର ଗୁମର ଖୋଲି ଦେଇଛି ଆରଟିଆଇ ତଥ୍ୟ । 

ପ୍ରମିଳା ମଲ୍ଲିକ । ପୂର୍ବତନ ବାଚସ୍ପତି ତଥା ଏବେ ବିଜେଡିର ପ୍ରୋମିନେଣ୍ଟ ଚେହେରା । ଦୁର୍ନୀତି ସିଏ କେବଳ ଏବେ କରିନାହାନ୍ତି ବରଂ ପୂର୍ବରୁ ମନ୍ତ୍ରୀ ଥିବା ବେଳେ ଡାଲି ଦୁର୍ନୀତି ଅଭିଯୋଗରେ ମନ୍ତ୍ରୀ ପଦ ହରାଇଥିଲେ । ଏବେ ପୁଣି ଥରେ ବିଧାୟକ ହାତପାଣ୍ଠିରେ କୋଟି କୋଟି ଦୁର୍ନୀତି ହୋଇଥିବା ଜଣାପଡିଛି । ଯାହାକୁ ନେଇ ଚର୍ଚ୍ଚା ଚାଲିଛି । କଥାହେଲା ବିଜେଡିର ପ୍ରୋମିନେଣ୍ଟ ଫେସ୍ ହେଉଛନ୍ତି ବିଞ୍ଚାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ଆଉ କ୍ଷମତାରେ ଥିବା ବେଳେ ବିଜେଡିର ଫେମସ୍ କ୍ୟାମ୍ପେନ ଥିଲା ପିସି ମଷ୍ଟଷ୍ଟପ୍ । ହେଲେ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ପ୍ରମାଣ କରିଦେଇଛି ଯେ ବିଜେଡି କୁହେ ଗୋଟାଏ କରେ ଆଉ ଗୋଟାଏ । 

ନିଜ ନିର୍ବାଚନମଣ୍ଡଳୀ ବିଞ୍ଝାରପୁରରେ କୋଟି କୋଟି ଟଙ୍କା ଦୁର୍ନୀତି କରିଛନ୍ତି ପ୍ରମିଳା । ଏ ରସିଦ ଉପରେ ନଜର ପକାନ୍ତୁ। ଏହା ହେଉଛି ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ପ୍ରମିଳା କରିଥିବା ବିଭିନ୍ନ ଉନ୍ନୟନମୂଳକ କାମର ୨୦୧୮-୨୯ର ଖର୍ଚ୍ଚ ରସିଦ । ବିଞ୍ଝାରପୁର ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ଏକ କମ୍ୟୁନିଟି ସେଣ୍ଟର ବନାଯାଇଥିବା ଏଥିରେ ଦାବି ହୋଇଛି । ଯେଉଁଥିରେ ଠିକାଦାର ଜାୱେଦ ଇକବାଲଙ୍କୁ ବିଭିନ୍ନ ପର୍ଯ୍ୟାୟରେ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଦେଇଛନ୍ତି ପ୍ରମିଳା । କିନ୍ତୁ ସତ କଥା ହେଲା, ବିଞ୍ଝାରପୁର ଅଞ୍ଚଳରେ ଏଭଳି କିଛି କମ୍ୟୁନିଟି ସେଣ୍ଟରର ଚିହ୍ନବର୍ଣ୍ଣ ହିଁ ନାହିଁ । ଠିକାଦାରଙ୍କ ସହ ମିଶି ପ୍ରମିଳା ଅଞ୍ଚଳବାସୀଙ୍କୁ ୩୯ ଲକ୍ଷର ଚୂନ ଲଗାଇଥିବାର ଅଭିଯୋଗ ଆଣିଛି ବିଜେପି । ସେପଟେ ପଞ୍ଚାୟତ ପି ଇ ଓ ରାଜେଶ କୁମାର ଦାସ ଓ ତାଙ୍କ ବାପା ଭେଣ୍ଡର ଗୋରାଚାନ୍ଦ ଦାସ ମଧ୍ୟ ଲୁଟରେ ସାମିଲ ହୋଇ ମିଛ ଜିଏସଟି ବିଲ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ଆଣିଛି ବିଜେପି ।

ବିଜେଡି ସରକାରରେ ମନ୍ତ୍ରୀ ଥିବା ବେଳେ ଡାଲି ଦୁର୍ନୀତିରେ ସାମିଲ ଥିଲେ ପ୍ରମିଳା । ଯାହା ଜଣାପଡ଼ିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିଥିଲେ । ଆଉ ଏବେ ଦୁର୍ନୀତି ଟଙ୍କାରେ ଦଳୀୟ ପାଣ୍ଠି ଯୋଗାଡ଼ କରି ବିଜେଡିର ପ୍ରୋମିନେଣ୍ଟ ଫେସ ବନିଥିଲେ ପ୍ରମିଳା । ଯାହା ଏବେ ବି ଦେଖିବାକୁ ମିଳେ । ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଥିବା ଏ ତଥ୍ୟ ପ୍ରମିଳା ଗୁମର ଖୋଲିବା ସହ ବିଜେଡିର ପିସି ମଷ୍ଟ ଷ୍ଟପ୍ ନାରା ପଛର ସତକୁ ଧରା ପକେଇ ଦେଇଛି।   ପ୍ରମିଳାଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗ ପରେ ଚୁପ୍ ବସିଛି ବିଜେଡି। ଯେଉଁ ଦଳ ଦିନେ ଫାଇବ୍ ଟିରେ ଦୁର୍ନୀତି ମୁକ୍ତ ସରକାର ଓ ପିସି ମଷ୍ଟ ଷ୍ଟପ୍ ର ନାରା ଦେଉଥଛିଲା ସେ ଦଳ କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି। ଏ ମାମଲାରେ ନବୀନଙ୍କ ସ୍ପଷ୍ଟୀକରଣ ଦାବି କରିଛି ଦଳ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Heavy Corruption | Argus News