Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Parking Fine / ଡ୍ରେନ ଉପରେ ଗାଡିରେ ରଖିଲେ ଗଣିବେ ମୋଟା ଅଙ୍କର ଫାଇନ୍

Rashmita Mishra
Browse all articles by Rashmita Mishra
·5 months ago·2 min read
ଡ୍ରେନ ଉପରେ ଗାଡିରେ ରଖିଲେ ଗଣିବେ ମୋଟା ଅଙ୍କର ଫାଇନ୍
Parking Fine

Key Points

ବକ୍ସ ଡ୍ରେନ ଉପରେ ଗାଡି ମନା ।
ଏଣିକି ବକ୍ସ ଡ୍ରେନ ଉପରେ ଗାଡ଼ି ରଖିଲେ ଗଣିବେ ତଣ୍ଡ ।
ଗାଡ଼ି ଉଠେଇ ନେବ ପୋଲିସ ।

ଏଣିକି ବକ୍ସ ଡ୍ରେନ ଉପରେ ଗାଡ଼ି ରଖିବା ଏବେ ପଡ଼ିବ ମହଙ୍ଗା । ବକ୍ସ ଡ୍ରେନ ଉପରେ ବେଆଇନ ପାର୍କିଂ କଲେ ଗାଡ଼ି ଉଠେଇବା ସହ ମୋଟା ଅଙ୍କର ଜରିମାନା ଲଗେଇବ କମିସନରେଟ ପୋଲିସ। ଦୈତାରୀ ସାହୁ ଆଳୁ ଗୋଦାମ ଠାରୁ ଆରମ୍ଭ କରି ବାରପଥର ପର୍ଯ୍ୟନ୍ତ ଥିବା ବକ୍ସ ଡ୍ରେନ ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିସନରେଟ ପୋଲିସ। ଅନ୍ୟପଟେ ଯାନବାହାନ ସଂଖ୍ୟା ବୃଦ୍ଧି ହେଉଥିବା ଯୋଗୁଁ ଜନସାଧାରଣଙ୍କ ଗାଡ଼ି ପାର୍କିଂ ନିମନ୍ତେ କଟକ ମହାନଗର ନିଗମ କିଛି ବିକଳ୍ପ ବ୍ୟବସ୍ଥା କରୁ ବୋଲି ଦାବି କରିଛନ୍ତି କଟକବାସୀ।

ବକ୍ସ ଡ୍ରେନ ଉପରେ ବେଆଇନ ଗାଡ଼ି ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବକ୍ସ ଡ୍ରେନ ଉପରେ ଅଧିକ ଚାପ ପଡୁଛି। ଏଥିପାଇଁ ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ, ୨୦୦୩ ର ଧାରା ୨୮ ଓ ୨୯ କୁ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର। କଟକ ସହରରେ ଥିବା ବକ୍ସ ଡ୍ରେନ ପାଇଁ କଟକଣା ଜାରି କରିଛି କମିସନରେଟ ପୋଲିସ। ଏଣିକି ବକ୍ସ ଡ୍ରେନ ଉପରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ିକୁ ସିଧାସଳଖ ଉଠେଇ ନିଆଯିବ। ଏଥିପାଇଁ ଗାଡ଼ି ମାଲିକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହା ସହ କ୍ରେନ ଖର୍ଚ୍ଚ ମଧ୍ୟ ଗାଡ଼ି ମାଲିକ ଦେବେ।

ଏହି ନିୟମ ବାରପଥର ଠାରୁ ଆରମ୍ଭ କରି ଛତ୍ର ବଜାର ସ୍ଥିତ ଦୈତାରୀ ସାହୁ ଆଳୁ ଗୋଦାମ ପର୍ଯ୍ୟନ୍ତ ଲାଗୁ କରାଯାଇଛି। କାରଣ ବ୍ୟସ୍ତ ବହୁଳ ଏହି ରାସ୍ତାରେ ପ୍ରତ୍ୟେକ ଦିନ ବେଆଇନ ଭାବେ ଲୋକମାନେ ନିଜର ଗାଡ଼ି ପାର୍କିଂ କରୁଛନ୍ତି। ଯାହାଦ୍ବାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଲୋକେ ସ୍ବାଗତ କରୁଥିବା ବେଳେ ଗାଡ଼ି ପାର୍କିଂ କେଉଁଠି କରିବେ ସେ ନେଇ ଦାବି ହୋଇଛି।

କଟକ ସହରରେ ଲୋକ ସଂଖ୍ୟା ବୃଦ୍ଧି ସହ ଯାନବାହାନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଗାଡ଼ି ପାର୍କିଂ ନିମନ୍ତେ ସିଏମସି କଣ ବିକଳ୍ପ ବ୍ୟବସ୍ଥା କରୁଛି ତାହା ଦେଖିବାକୁ ବାକି ରହିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Parking Fine | Heavy Fine for Parking Vehicles Over Drains | Traffic Rule Alert | Argus News