Videos
|
Odisha

ପ୍ରବଳ କୁହୁଡି, ୫୦ ମିଟରରୁ କମ୍ ରହିଛି ଭିଜିବିଲିଟି

Smruti Parija
Browse all articles by Smruti Parija
·1 year ago·1 min read
ପ୍ରବଳ କୁହୁଡି, ୫୦ ମିଟରରୁ କମ୍ ରହିଛି ଭିଜିବିଲିଟି

Key Points

ଘନ କୁହୁଡିରୁ ମିଳୁନି ନିସ୍ତାର । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଏଭଳି ସ୍ଥିତି ।

ଭୁବନେଶ୍ୱର: ଘନ କୁହୁଡିରୁ ମିଳୁନି ନିସ୍ତାର । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଏଭଳି ସ୍ଥିତି । ଆଜି ଘନ କୁହୁଡି ନେଇ କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିଛି ଭିଜିବିଲିଟି।


ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଟ୍ୱିନି ସିଟିରେ ମଧ୍ୟ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଛି । ରାସ୍ତାଘାଟ କିଛି ଦିଶୁନି । ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଛି ।

heavy-fog-in-all-district-of-odisha | Argus News