Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଉ ତାତି ସହି ହେଉ ନାହିଁ  

Odisha

ଆଉ ତାତି ସହି ହେଉ ନାହିଁ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଉ ତାତି ସହି ହେଉ ନାହିଁ  

ଭୁବନେଶ୍ୱର:  ରାଜଧାନୀରେ ଟାଇଁ ଟାଇଁ ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅସମ୍ଭାଳ । ଆଉ ତାତି ସହି ହେଉ ନାହିଁ । ଆଜି ଉପକୂଳ ଓଡ଼ିଶାରେ ବି ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ରାଜ୍ୟର କିଛି ସ୍ଥାନରେ ୩୭ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁପାରେ । ବିଶେଷ କରି ଟୁଇନ୍ ସିଟି କଟକ ଭୁବନେଶ୍ବର ସମେତ କିଛି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ।

ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ଅନ୍ୟପଟେ ୧୬ ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା  ରହିଛି ବୋଲି ଆକଳନ କରିଛନ୍ତି ପାନିପାଗ ବିଶେଷଜ୍ଞ ଶରତ ସାହୁ। ଗତକାଲି ରାଜ୍ୟରେ ବୌଦ୍ଧରେ ସର୍ବାଧ‌ିକ ତାପମାତ୍ରା ୩୭. ୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଭବାନୀପାଟଣା, ମାଲକାନଗିରି ଓ ସୋନପୁରରେ ସର୍ବାଧ‌ିକ ତାପମାତ୍ରା ରହିଥିଲା ୩୭ ଡିଗ୍ରୀ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy heat in odisha's bhubaneswar and cuttack | Argus News