Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ଗତ ରାତିରେ ବିଜୁଳି, ଘଡଘଡି, ପବନ ସାଙ୍ଗକୁ ଅତିପ୍ରବଳ ବର୍ଷା

Ritu Das
Browse all articles by Ritu Das
·2 years ago·1 min read
ରାଜଧାନୀରେ ଗତ ରାତିରେ ବିଜୁଳି, ଘଡଘଡି, ପବନ ସାଙ୍ଗକୁ ଅତିପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ: ଅଧରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ । ପବନ, ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ହଠାତ ବର୍ଷା ହେବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଥିବା ବେଳେ ରାସ୍ତା ଉପରେ ଗଛ ଉପୁଡି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । କ୍ଷୟକ୍ଷତି ନେଇ କୌଣସି ତଥ୍ୟ ମିଳିନଥିଲେ ମଧ୍ୟ ରାଜଧାନୀର ବିଭିନ୍ନ ବସ୍ତିରେ ଘର ଗୁଡ଼ିକ ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳରେ ରହିଥିବା ଘର ଗୁଡିକରେ ପାଣି ପଶିବା ସହିତ ଆସବାପତ୍ର ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି। 

କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି । ଗତ ରାତିରେ ଭୁବନେଶ୍ବରରେ  76.8ମିମି ବର୍ଷା ରେକର୍ଡ କରାଯାଇଛି। ପାରାଦୀପ-51.4, ପୁରୀ-37.8, ବାଲେଶ୍ବର-35, ଚାନ୍ଦବାଲି-32 ମିମି ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡା ରାଜନଗରରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

ଅନ୍ୟପଟେ ରାଜ୍ୟକୁ ଫେରିଛି ତାତି, କାଳବୈଶାଖି ସତ୍ତ୍ବେ ବି ଶନିବାର ରାଜ୍ୟର ୯ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୪୩ ଡିଗ୍ରୀ ସହ ନୂଆପଡା ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି । ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy rain accompanied | Argus News