Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାରା ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

Ritu Das
Browse all articles by Ritu Das
·1 year ago·1 min read
ସାରା ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

Key Points

ସାରା ଓଡ଼ିଶାରେ ପ୍ରବଳ ବର୍ଷା

ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୫ ଓ ୨୬ ଜୁନ ପାଇଁ ଉତ୍ତର ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ସାରା ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ। ଏଥିସହ ଏକ ଟ୍ରପ୍‌ ଲାଇନ୍ ଦକ୍ଷିଣ ଉତ୍ତର ପ୍ରଦେଶ ଏବଂ ପଡ଼ୋଶୀ, ଝାଡ଼ଖଣ୍ଡ, ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗର କେନ୍ଦ୍ରୀୟ ଅଂଶ ଉପରେ ନିମ୍ନ ଚାପ କ୍ଷେତ୍ର ସହିତ ଘୂର୍ଣ୍ଣିବଳୟ ପରିସର ଉଚ୍ଚତା ସହିତ ଦକ୍ଷିଣ ଆଡକୁ ଢଳିଛି।୨୫ ଜୁନ୍ ପାଖାପାଖି ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଆଖପାଖ ଅଞ୍ଚଳ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।ଯାହାର ପ୍ରଭାବରେ ୨୫ ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଆସନ୍ତା ୨୫ ଓ ୨୬ ଜୁନ ପାଇଁ ଉତ୍ତର ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣ ଏବଂ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।


ସେଥିପାଇଁ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୫ ଓ ୨୭ ତାରିଖ ପାଇଁ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ତେବେ ମୌସୁମୀ ସିଜିନରେ ଅର୍ଥାତ୍ ଜୁନ୍ ୧ରୁ ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୭ % କମ୍ ବର୍ଷା ହୋଇଛି ।ସ୍ଵାଭାବିକ ବର୍ଷା ୧୪୬.୧ ସୀମିତ ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ ହୋଇଛି ୧୩୫.୭ ମିମି ବର୍ଷା। ୨ ଟି ଜିଲ୍ଲାରୁ ସ୍ଵାଭାବିକରୁ ଅଧିକ ବର୍ଷା ହୋଇଥିବା ବେଳେ ୧୩ ଜିଲ୍ଲାରେ ସ୍ୱାଭାବିକ ଓ ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-rain-alert-issued-across-odisha | Argus News