Heavy Rainfall / ପ୍ରବଳ ବର୍ଷା ନେଇ ଆଜି ସାରା ରାଜ୍ୟକୁ ଆଲର୍ଟ,୪ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା
·1 hour ago·2 min read

Key Points
ପ୍ରବଳ ବର୍ଷା ନେଇ ଆଜି ସାରା ରାଜ୍ୟକୁ ଆଲର୍ଟ
୪ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ
ହାଇ ଆଲର୍ଟରେ ଅଗ୍ନିଶମ ବିଭାଗ
କଟକ, ବ୍ରହ୍ମପୁର ଓ ସମ୍ବଲପୁର ରେଞ୍ଜରେ ସ୍ୱତନ୍ତ୍ର ରେସ୍କ୍ୟୁ ଟିମ୍ ମୁତୟନ

ଭୁବନେଶ୍ବର,୦୪/୦୭: ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୫ ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବା ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । କନ୍ଧମାଳ,ବୌଦ୍ଧ,ଅନୁଗୁଳ,ସୋନପୁର ଓ ସମ୍ବଲପୁର ଜିଲ୍ଲାକୁ ରେଡ୍ ଆଲର୍ଟ,ରାୟଗଡ଼ା, କଳାହାଣ୍ଡି, ଗଜପତି,ଗଞ୍ଜାମ, କନ୍ଧମାଳ,ନୟାଗଡ଼,କଟକ,କେଉଁଝର ଓ ଢେଙ୍କାନାଳ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।ସେହିପରି ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।ଏଥିସହ ଆସନ୍ତାକାଲି ଠୁ କମିବ ବର୍ଷାର ପରିମାଣ।କିନ୍ତୁ ଆଗାମୀ 4 ଦିନ ସମୁଦ୍ର ସ୍ଥିତି ଅଶାନ୍ତରୁ ଅତି ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି
ଗତ ୨୪ ଘଣ୍ଟାରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ବରଗଡ଼ର ଆମ୍ବାଭୋନା ରେ ୩୧୭.୦ ମିଲିମିଟର ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ୩ ଟି ସ୍ଥାନରେ ଓ ୨୧ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।ଜୁନ୍ ୧ ରୁ ଆଜି ପର୍ଯ୍ୟନ୍ତ ୧୭୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ।ଏବେ ବି ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି।
ଗତ ୨୪ ଘଣ୍ଟାରେ ବରଗଡ଼ ଅମ୍ବାଭୋନାରେ ସର୍ବାଧିକ ୩୨୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ବଲାଙ୍ଗୀରରେ ୧୫୦ମିମି, କଣ୍ଟାମାଳରେ ୧୩୦ମିମି,ବୀରମହାରାଜପୁରରେ ୧୨୦, ତରଭାରେ ୧୧୦ମିମି ବର୍ଷା ରେକର୍ଡ ହୋଇଛି । ଶୁକ୍ରବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ୫ଟା ଭିତରେ ଛତ୍ରପୁରରେ ସର୍ବାଧିକ ୮୩ ମିମି ବର୍ଷା ହୋଇଛି । ଗୋପାଳପୁରରେ ୬୭.୭ ମିମି, ନୟାଗଡ଼ରେ ୫୩, ଜଗତସିଂହପୁରରେ ୪୫.୨, ଖୋର୍ଦ୍ଧାରେ ୪୫, କଟକରେ ୪୪.୪, ଚାନ୍ଦବାଲିରେ ୩୧.୯, ଭୁବନେଶ୍ୱରରେ ୨୮.୬, ସମ୍ବଲପୁରରେ ୨୫.୫, ଅନୁଗୁଳରେ ୨୧ମିମି ବର୍ଷା ରେକର୍ଡ ହୋଇଛି।
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ବରଗଡ଼, ଢେଙ୍କାନାଳ, କନ୍ଧମାଳ, ସମ୍ବଲପୁରରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା । ବରଗଡ଼ରେ ଘରେ ଘରେ ଆଣ୍ଠୁଏ ପାଣି ପଶିଥିବା ବେଳେ ରୋଷେଇବାସ ସବୁ ଠପ୍ । କନ୍ଧମାଳ ବାଲିଗୁଡ଼ାରେ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମି ରହିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଢ଼େଙ୍କାନାଳ ସହର ସମେତ ଆଖପାଖ ଅଞ୍ଚଳରୁ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି ।
କେବଳ ଗ୍ରାମାଞ୍ଚଳ ନୁହେଁ କଟକ, ଭୁବନେଶ୍ୱର, ସମ୍ବଲପୁର ଭଳି ବଡ଼ ବଡ଼ ସହରରେ ମଧ୍ୟ ସାମାନ୍ୟ ବର୍ଷା ଡ୍ରେନେଜ୍ ଭିତ୍ତିଭୂମି ବିପର୍ଯ୍ୟସ୍ତ ଅବସ୍ଥା ପଦାରେ ପଡ଼ିଛି । ଭୁବନେଶ୍ୱର ମହାନଗର ନିଗମ ଅଧୀନ ୪ ନମ୍ବର ୱାର୍ଡର ବୈଭବ ନଗରରେ ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ । ପିଲାଙ୍କ ପାଠପଢ଼ାଠାରୁ ରୋଗୀଙ୍କ ଚିକିତ୍ସା ସବୁକିଛି ପ୍ରଭାବିତ ହୋଇଛି । କଟକ ବଡ଼ ଡାକ୍ତରଖାନା ପରିସରରେ ମଧ୍ୟ ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories