Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Heavy Rain: ଦୁଇ ଦିନ ପାଇଁ ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ପାଣିପାଗ କେନ୍ଦ୍ରର ଆଲର୍ଟ

Ritu Das
Browse all articles by Ritu Das
·10 months ago·2 min read
Heavy Rain: ଦୁଇ ଦିନ ପାଇଁ ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ପାଣିପାଗ କେନ୍ଦ୍ରର ଆଲର୍ଟ

Key Points

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଫଳରେ ବାଲେଶ୍ବର ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା। ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି।

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଫଳରେ ବାଲେଶ୍ବର ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା। ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଗାଁ ପାଣି ଘେରରେ ଥିବାବେଳେ ଲୋକଙ୍କ ଘରେ ପାଣି ପଶିଛି । ଏଥିସହ ରାସ୍ତା ମାନଙ୍କରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଆଣ୍ଠୁଏ ଉଚ୍ଚ ପାଣିରେ ପଶି ଅଞ୍ଚଳବାସୀନ୍ଦା ଯାତାୟତ କରୁଥିବାର ଦେଖାଯାଇଛି। ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି। ଖାଲି ଗ୍ରାମାଞ୍ଚଳ ନୁହେଁ ବାଲେଶ୍ବର ସହରରେ ମଧ୍ୟ ୫ ଦିନ ହେଲା ବେହାଲ୍ ସ୍ଥିତି । ନିର୍ଧୁମ୍ ବର୍ଷା ଛେଚୁଥିବାବେଳେ ଲୋକଙ୍କ ଘର, ରାସ୍ତାଘାଟ, ଗଳିକନ୍ଦି ଯେଉଁଠି ଦେଖ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି। ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହର ବାସିନ୍ଦା। ସେହିପରି ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟ ନିକଟରେ ଫୁଲୁଛି ବୈତରଣୀ।


ଅଧିକ ପଢ଼ନ୍ତୁ ପାଣିପାଗ ସମ୍ପର୍କିତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚାନ୍ଦବାଲି ବ୍ଲକ ଓଲଗ ପଞ୍ଚାୟତ ବୋଡ଼କଠାରେ ନଦୀ କୁଳ ଲଙ୍ଘିଛି। ବୋଡ଼କ ରାସ୍ତାରେ ଦୁଇ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିବା ସହ ଚାଷ ଜମିରେ ପଶିଛି ପାଣି। ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ବାଲେଶ୍ୱର ବସ୍ତା ଅଞ୍ଚଳ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ସଜାଗ କରାଯାଇଛି । ସେପଟେ ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ ଖୋଲିଲା । ମୋଟ୍ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ପୂର୍ବ ରାଜସ୍ଥାନ ଉପରେ ଥ‌ିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପେଗ କେନ୍ଦ୍ର। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି।

Sponsored
Heavy Rain Alert: Flood Warnings for All Districts for Two Days | Argus News | Argus News