Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ଦିନ ଲଗାଣ ବର୍ଷା ଜାରି, ଧୋଇଗଲା ଆପ୍ରୋଚ ରୋଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁଇ ଦିନ ଲଗାଣ ବର୍ଷା ଜାରି, ଧୋଇଗଲା ଆପ୍ରୋଚ ରୋଡ

Key Points

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ

ଦୁଇ ଦିନର ଲଗାଣ ବର୍ଷା

ଲୋକେ ହନ୍ତସନ୍ତ

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ । ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ସଦପାଙ୍ଗା ନିକଟରେ ଥିବା ଗୁମାଡ଼ି ପୋଲ ଆପ୍ରୋଚ ରୋଡ ଧୋଇଯାଇଛି । ଗତ ଦୁଇ ଦିନର ଲଗାଣ ବର୍ଷାରେ ରାସ୍ତା ଉପରେ ୪ରୁ ୫ଫୁଟ ପାଣି ଯାଉଥିବା ବେଳେ ଆଜି ସମ୍ପୂର୍ଣ ରାସ୍ତା ଧୋଇ ଯାଇଛି । ପ୍ରଭାବିତ ହୋଇଛନ୍ତି ୬ଟି ପଞ୍ଚାୟତର ଲୋକେ । ବର୍ତ୍ତମାନ ସୁଦ୍ଧା ବର୍ଷା ହେବା ଯୋଗୁଁ ରାସ୍ତା କାର୍ଯ୍ୟ ନିର୍ମାଣ ଆରମ୍ଭ ହୋଇ ପାରୁନାହିଁ । ବର୍ଷା କମିବା ସହ ଉପରମୁଣ୍ଡରୁ ଆସୁଥିବା ଜଳ ସ୍ତର କମିଲେ ତୁରନ୍ତ ନିର୍ମାଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ସୁପରଭାଇଜାର । ସେପଟେ ରାସ୍ତା ଧୋଇଯିବା ଯୋଗୁଁ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଅଞ୍ଚଳବାସୀ ।


ଦିନକୁ ଦିନ ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଲୋକେ। କିଛି କିଛି ସ୍ଥାନରେ ରାସ୍ତାରେ କୁହୁଡି ମାରୁଛି ପାଣି। ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସେପଟେ ଲଗାଣ ବର୍ଷା କାରଣରୁ ରାସ୍ତା ଧୋଇଯାଇଥିବା ଦେଖିବାକୁ ମିଳିଛି। ଲୋକେ ନାନା ସମସ୍ୟାରେ ଗତି କରୁଥିବା ଦେଖିବାକୁ ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-rain-continues-for-two-days-approach-road-washed-away | Argus News