କଟକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଜାରି
·1 year ago

Key Points
ପ୍ରଚଣ୍ଡ ରୌଦ୍ରତାପରୁ ମିଳିଛି ସାମୟିକ ଆଶ୍ବସ୍ତି
ଟ୍ବିନସିଟିରେ ଜାରି ରହିଛି କାଳବୈଶାଖୀ ପ୍ରଭାବ
ପ୍ରଚଣ୍ଡ ରୌଦ୍ରତାପରୁ ମିଳିଛି ସାମୟିକ ଆଶ୍ବସ୍ତି। ଟ୍ବିନସିଟିରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। କଟକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ସେପଟେ ଭୁବନେଶ୍ବର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ରହିଛି। ଆସନ୍ତା ୫ ରୁ ୭ ଦିନ ଯାଏ ରାଜ୍ୟରେ ଲାଗି ରହିବ କାଳବୈଶାଖୀ ପ୍ରଭାବ । ହିଟ ୱେଭ ସମ୍ଭାବନା ଆସନ୍ତା କିଛି ଦିନ ଯାଏଁ ନାହିଁ। ଆଗାମୀ ୫-୬ ଦିନ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ପଡ଼ଘଡ଼ି ସମେତ ବର୍ଷା ହେବା ସହ ଝଟକା ପବନ ରହିବା ସମ୍ଭାବନା ରହିଛି।
ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଜପତି, ରାୟଗଡ଼ା, କୋରାପୁଟ ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ହେବା ସମ୍ଭାବନା ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: