|
logo
Live
Argus News App
GET APP

Argus News - ଆଗାମୀ 24 ଘଣ୍ଟା ପ୍ରବଳ ବର୍ଷିବ

Odisha

ଆଗାମୀ 24 ଘଣ୍ଟା ପ୍ରବଳ ବର୍ଷିବ

Smruti Parija
Browse all articles by Smruti Parija
·1 year ago·2 min read
ଆଗାମୀ 24 ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର:  ଗତକାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୩ ତାରିଖ ସୁଦ୍ଧା ଲଘୁଚାପ ସମ୍ଭାବନା । ଏହାସହ  ଆସନ୍ତା ୨୩ ତାରିଖରୁ  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ  ଫେରୁଥିବାବେଳେ ମୌସୁମୀ  ଟ୍ରପଲାଇନର ପ୍ରଭାବ ରହୁଛି । ପ୍ରଭାବରେ ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । 

ବିଶେଷ କରି ଉପକୂଳ, ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ୨୧ ଟି ଜିଲ୍ଲାରେ ବିଜୁଳି  ଘଡଘଡି ସହ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା । ସେହିପରି ଆସନ୍ତାକାଲି ବର୍ଷାର ବିସ୍ତୃତି ବଢିବା ସହ ଅଧିକାଂଶ ଜିଲ୍ଲାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କଟକ, ଜଗତସିଂହପୁର , ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ , କେନ୍ଦୁଝର ଓ କେନ୍ଦ୍ରାପଡା ଏହି  ୧୨ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୩ ତାରିଖରେ ୮ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ  ଦିଆଯାଇଥିବାବେଳେ ଆସନ୍ତା ୨୬ ତାରିଖ ଯାଏଁ ଜାରି ରହିବ ବର୍ଷା ।

ସେପଟେ ଗତ ୨୪ ଘଣ୍ଟା ରେ ରାଜ୍ୟର କିଛି କିଛି  ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ମୟୂରଭଞ୍ଜର ବିଜତାଲାରେ  ସର୍ବାଧିକ ୫୬.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୦୯.୭  ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୯% ନିଅଁଟିଆ ବର୍ଷା ରହିଛି । ୧୦୯୯.9  ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ  ଅଧିକ ବର୍ଷା ହୋଇଥିବା  ୧୯  ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
ଆଗାମୀ 24 ଘଣ୍ଟା ପ୍ରବଳ ବର୍ଷିବ | Argus News