5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା

Key Points
5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା
25 ଓ 26 ତାରିଖରେ ପ୍ରବଳ ବର୍ଷା
ଅରେଞ୍ଜ ଆଲର୍ଟ ଜାରି
ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । 28 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ରେ ହାଲୁକା ରୁ ମଧ୍ୟମ ଧରଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 25 ଓ 26 ତାରିଖ ରେ ପ୍ରବଳ ବର୍ଷା କୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ବିଶେଷ କରି ମୟୁରଭଞ୍ଜ, ବାଲେଶ୍ୱର ,କେନ୍ଦୁଝର ରେ ପ୍ରବଳ ବର୍ଷା ହେବାକୁନେଇ ପୂର୍ବାନୁମାନ କରାଯାଇଛି। ଏହା ଛଡ଼ା ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର,ଦେଓଗଡ଼, ଅନୁଗୁଳ,ଢେଙ୍କାନାଳ, କଟକ,ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତି ରେ ମଧ୍ୟ ପ୍ରବଳ ବର୍ଷା କୁ ନେଇ ପୂର୍ବାନୁମାନ କରାଯାଇଛି । 25 ଓ 26 ତାରିଖ ଦୁଇ ଦିନ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି ।
📱 Get Argus News App
✨ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବ ରେ ଓ ଟ୍ରାପ ଲାଇନ ଯୋଗୁଁ ବର୍ଷା ଆସନ୍ତା 5 ଦିନ ପର୍ଯ୍ୟନ୍ତ ଲାଗି ରହିବ । ଜୁନ 1 ରୁ 24 ତାରିଖ ପର୍ଯ୍ୟନ୍ତ 146.1 mm ବର୍ଷା ରେକର୍ଡ଼ ହୋଇଛି । 11 ଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ରହିଥିବା ବେଳେ, 15 ଟି ଜିଲ୍ଲାରେ ସ୍ୱାଭାବିକ , 3 ଟି ଜିଲ୍ଲାରେ ପ୍ରବଳ ଓ ଗୋଟେ ଜିଲ୍ଲାରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି ।