Videos
|
Odisha

ପୁରୀରେ କାଳବୈଶାଖୀ ପ୍ରଭାବ

Smruti Parija
Browse all articles by Smruti Parija
·1 year ago·1 min read
ପୁରୀରେ କାଳବୈଶାଖୀ ପ୍ରଭାବ

ପ୍ରଚଣ୍ଡ ଖରାରୁ ମିଳିଲା ଆଶ୍ୱସ୍ତ। ପୁରୀରେ କାଳବୈଶାଖୀର ପ୍ରଭାବ। କାଳବୈଶାଖୀ ପ୍ରଭାବରେ ହାଲୁକା ପବନ ସାଙ୍ଗକୁ ପ୍ରବଳ ବର୍ଷା ଜାରି। ପବନ ଓ ବର୍ଷା ଯୋଗୁ ଯାତାୟତ ଠପ୍। କଳାହାଣ୍ଡିଆ ମେଘ ସନ୍ଧ୍ୟାର ଭ୍ରମ ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁଁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଜମା ହୋଇଛି ପାଣି।


ପ୍ରଚଣ୍ଡ ଗରମ ହେତୁ ଜଗା ଦର୍ଶନରେ ବାଧାପ୍ରାପ୍ତ ହେଉଥିଲା । କାହିଁ କେତେ ଦୂରରୁ ଲୋକେ ଜଗା ଦର୍ଶନ କରିବାକୁ ପୁରୀ ଆସୁଥିବାବେଳେ ବହୁତ କଷ୍ଟ ପାଉଥିଲେ । ବର୍ଷା ହେବା ପରେ ଆଶ୍ୱସ୍ତି ମିଳିଛି ।


ସେପଟେ ପୁରୀରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସତ୍ୟବାଦୀ କେତକୀପାଟଣା ପଞ୍ଚାୟତ ପଦ୍ମପୁର ଗାଁର ଦୀପ୍ତି ରଞ୍ଜନ ବାରିକ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରବଳ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆଗାମୀ ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।


ହଠାତ୍ ପାଗ ବଦଳିବା ପରେ ସାଧାରଣ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ହେଲେ କାଳବୈଶାଖୀ କେଉଁଠି ଉପାଡିଛି ତ କେଉଁଠି ଛେଚିଛି । ବଡ ବଡ ଗଛ ମାନ ଭୂଇଁରେ ଲୋଟି ପଡିଛି । ଫଳରେ ଯାତାୟତ ଠପ୍ ହୋଇଛି ।


heavy-rain-fall-in-puri | Argus News