Videos
|
Odisha

ଆହୁରି ୪ ଦିନ ପ୍ରବଳ ବର୍ଷା, ପାଣିପାଗ ବିଭାଗର ସୂଚନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆହୁରି ୪ ଦିନ ପ୍ରବଳ ବର୍ଷା, ପାଣିପାଗ ବିଭାଗର ସୂଚନା

Key Points

ଅଗଷ୍ଟ ୮ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଆସନ୍ତା ୪ ଦିନ ବର୍ଷା, ଘଡ଼ଘଡ଼ି ଓ ଝଡ଼ ପବନ ସହ ବିଜୁଳି ନେଇ IMDର ସତର୍କ ସୂଚନା
୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଘଡ଼ଘଡ଼ି ସହ ଝଡ଼ ଓ ପବନ ଓ ବିଜୁଳି ହେବାର ସମ୍ଭାବନା

ରାଜ୍ୟରେ ଆଗକୁ କିଛି ଦିନ ଆଉ ବର୍ଷା ଜାରି ରହିବ। ଗତକିଛି ଦିନ ହେବ ରାଜ୍ୟରେ ଯେଉଁଭଳି ଭାବରେ ଖରା ଏବଂ ବର୍ଷା ଲାଗି ରହିଛି ଆଗକୁ ପୁଣି ଏମିତି ହେବ ବୋଲି କୁହାଯାଉଛି। ଭାରତୀୟ ପାଣିପାଗ ବିଭାଗ ରାଜ୍ୟରେ ଆଗାମୀ ୪ ଦିନ, ଅର୍ଥାତ୍ ଅଗଷ୍ଟ ୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ଝଡ଼ ପବନ ସହ ବିଜୁଳି ହେବାର ସମ୍ଭାବନା ଥିବା ନେଇ ୟେଲୋ ଆଲର୍ଟ ଜାରି କରିଛି। ଏକ ଅବପାତ ବଙ୍ଗୋପସାଗରର ଉତ୍ତର-ପୂର୍ବ ଆଡ଼କୁ ଗତି କରୁଥିବାରୁ ପୂର୍ବାନୁମାନ କରାଯାଇଛି। ସୋମବାର ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ହେବ।


ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବଳା ପବନ ଓ ବିଜୁଳି ହେବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

heavy-rain-for-another-4-days-weather-department-warning | Argus News