ଜଳକାରେ ତୃତୀୟ ବନ୍ୟା, ୨୫ରୁ ଅଧିକ ଗାଁ ଜଳବନ୍ଦୀ

Key Points
୨୫ରୁ ଅଧିକ ଗାଁ ଜଳବନ୍ଦୀ
ବିପଦ ସଙ୍କେତ ଉପରେ ଜଳକା
ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା
ଜଳକାରେ ତୃତୀୟ ବନ୍ୟା, ୨୫ରୁ ଅଧିକ ଗାଁ ଜଳବନ୍ଦୀ । ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ସକାଳ ୯ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭.୨୦ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଜଳସ୍ତର ବଢୁଛି । ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡା ଆଦି ଅଞ୍ଚଳରେ ବଢୁଛି ଜଳସ୍ତର । ବସ୍ତା ବ୍ଲକର ମଥାନୀ, ବାହାର୍ଦା, କୁଡିଆ, ଦୁଧ ହଂସା, ବାସୁ ଚକୁରାଇ, ଦରଡା, ମୁକୁଳିସି, ସଦାନନ୍ଦପୁର, ବ୍ରାହ୍ମୁଣଦା ଏବଂ ସଦର ବ୍ଲକର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ପ୍ରକାଶ ପାଇଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାରୁ ଭୟଭୀତ ଅବସ୍ଥାରେ ନଦୀ କୂଳିଆବାସୀ । ବର୍ତ୍ତମାନ ବାହାର୍ଦା ଚଟାଣ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବାଧାପ୍ରାପ୍ତ ହୋଇଛି ଯାତାୟତ।
ସେପଟେ ଉତ୍ତର ଛତିଶଗଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହିଛି ଅବପାତ । ପ୍ରଭାବରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା। ସୁନ୍ଦରଗଡରେ ଅତି ପ୍ରବଳ ବର୍ଷା ସହ ପଶ୍ଚିମ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବ। ଉପକୂଳରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ଯାଏଁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ମହାନଦୀ ଓ ବ୍ରାହ୍ମଣୀ ଉପର ମୁଣ୍ଡରେ ଆଜି ପ୍ରବଳ ବର୍ଷା ହେବ । ଆସନ୍ତାକାଲିଠାରୁ ୩୦ ଯାଏଁ କମିବ ବର୍ଷାର ପରିମାଣ । ସେପଟେ ଚଳିତ ମୌସୁମୀରେ ରେକର୍ଡ ହୋଇଛି ୧୯%ଅଧିକ ବର୍ଷା । ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ମୟୁରଭଞ୍ଜର ମୋରଡାରେ ସବୁଠାରୁ ଅଧିକ ୧୮୨ ମିମି ବର୍ଷା ରେକର୍ଡ ହୋଇଛି।