ପାର୍ବଣରେ ଭିଜିବ ଓଡ଼ିଶା ! ଗୋପାଳପୁର ନିକଟରେ ଅତିକ୍ରମ କଲା ଡିପ୍ରେସନ୍

Key Points
ଗୋପାଳପୁର ନିକଟରେ ଅତିକ୍ରମ କଲା ଡିପ୍ରେସନ୍
୬ ଘଣ୍ଟା ମଧ୍ୟରେ ୭ କିମି ଘଣ୍ଟା ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିଥିଲା
ଆଗାମୀ ୬ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା
୨୪ ବେଳକୁ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଚଳିତ ମାସର ଶେଷ ଭାଗକୁ ଗୋଟିଏ ଦୁଇଟି ଲଘୁଚାପର ମଧ୍ୟ ସମ୍ଭାବନା ରହିଛି । ୨୭/୨୮ ବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ସେପଟେ ଲଘୁଚାପ ପ୍ରଭାବରେ ଚଳିତ ବର୍ଷ ରାଜ୍ୟରେ ଭଲ ବର୍ଷା ହୋଇଛି । ୫ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି । ପୁରୀ, ବଲାଙ୍ଗୀର, କଳାହାଣ୍ଡିରେ ସ୍ବାଭାବିକ ଠାରୁ କମ ବର୍ଷା । ରାୟଗଡ଼ା ଓ ନବରଙ୍ଗପୁରରେ ମଧ୍ୟ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି ।
ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଛି। କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଆଗକୁ ବର୍ଷା ଲାଗି ରହିବ ବୋଲି ସୂଚନା ରହିଛି। ଆଗକୁ ଗଣେଶ ପୂଜା ରହିଥିବାବେଳେ, ଯଦି ବର୍ଷା ଲାଗି ରୁହେ ତେବେ ପାର୍ବଣରେ ଭିଜିବ ଓଡ଼ିଶା।