Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା !

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା !

Key Points

ଆଜିଠାରୁ ଖସିବ ତାପମାତ୍ରା

କମିବ ଗୁଳୁଗୁଳି

୭ ଦିନ ପାଇଁ ରାଜ୍ୟରେ ହେବ ବର୍ଷା ଲାଗୁ

ଆଜିଠାରୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି। ଆଗାମୀ ୭ ଦିନ ପାଇଁ ରାଜ୍ୟରେ ହେବ ବର୍ଷା। ରାଜ୍ୟକୁ ପୁଣି ଫେରୁଛି ମୌସୁମି ଜନିତ ବର୍ଷା। ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ପୁଣି ଏଭଲି ପରିସ୍ଥିତିରେ ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହୋଇପାରେ। ସେପଟେ ଗତ 24 ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି I 


66.4 ମିଲିମିଟର ପ୍ରବଳ ବର୍ଷା ହେବା ନେଇ ରେକଡ଼ କରିଛି ବିଭାଗ। ତେବେ ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟର ଗୋଟେ କିମ୍ବା ଦୁଇଟିକୁ ସ୍ଥାନରେ ପ୍ରବଳ ବର୍ଷା ସହିତ ଝଟକା ପବନ ବି ବହିପାରେ I ସେଥିପାଇଁ ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି। ରାଜ୍ୟରେ ଗତ କିଛି ଦିନ ଧରି ଗୁଳୁଗୁଳି ସହ ତାତି ଲାଗି ରହିଥିଲା। ତାତି ପ୍ରଭାବରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିଲା। ବର୍ତ୍ତମାନ ରାଜ୍ୟରେ ବର୍ଷା ଲାଗି ରହିଛି । ଯାହା ଫଳରେ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-rain-in-the-state-for-the-next-7-days | Argus News