Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା

Manini Pattanayak
Browse all articles by Manini Pattanayak
·2 years ago·2 min read
ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଆସାମ ଓ ହିମାଚଳରେ ବର୍ଷା ବିତ୍ପାତ । ହିମାଳୟ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଭୂସ୍ପଳନ ଘଟିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ଆସାମରେ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ପାଇଛି । ୨୮ଟି ଜିଲ୍ଲାର ୧୧ ଲକ୍ଷ ୩୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରବଳ ବର୍ଷା ହେତୁ ଉତ୍ତର-ପୂର୍ବର ନଦୀଗୁଡ଼ିକରେ ପାଣିସ୍ତର ବିପଦ ସଙ୍କେତ ଡେଇଁଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟା ଜଳରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି । ଆସାମ-ଅରୁଣାଚଳରେ ଏକାଧିକ ସ୍ଥାନରେ ଭୂସ୍ଖଳନ ପରେ ଜୁଲାଇ ୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ କଲେଜ୍ ଛୁଟି ଘୋଷଣା କରାଯାଇଛି।  ସାରା ଦେଶକୁ ଛୁଇଁଛି ମୌସୁମୀ । ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 6 ଦିନ ପୂର୍ବରୁ ସାରା ଦେଶରେ ସକ୍ରିୟ ହୋଇଛି ।

ପାଣିପାଗ ବିଭାଗ ଆକଳନ ଅନୁସାରେ 8 ଜୁଲାଇ ସୁଦ୍ଧା ସାରା ଦେଶରେ ମୌସୁମୀ ସକ୍ରିୟ ହେବା ସମ୍ଭାବନା ଥିଲା । ଆଗୁଆ ମୌସୁମୀ ସକ୍ରିୟ ହେବା ଫଳରେ ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସାରା ଦେଶରେ ବର୍ଷା ହୋଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଉତ୍ତର ଭାରତର ହିମାଳୟ କ୍ଷେତ୍ରରେ ସ୍ବାଭାବିକଠାରୁ ବର୍ଷା ପରିମାଣ ଖୁବ ଅଧିକ ରହିଛି । ରାଜଧାନୀ ଦିଲ୍ଲୀରେ ବର୍ଷା ପରିମାଣ ଗତ 88 ବର୍ଷର ରେକର୍ଡ ଭାଙ୍ଗିଛି । ଜାତୀୟ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଚଳିତ ଜୁଲାଇ ମାସରେ ପୂର୍ବୋତ୍ତର ରାଜ୍ୟ ଗୁଡ଼ିକରେ ସ୍ବାଭାବିକଠାରୁ ବର୍ଷା ପରିମାଣ କମିପାରେ । IMD ତଥ୍ୟ ଅନୁସାରେ ଗତ ଜୁନ ମାସ 123 ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଗରମ ରହିଥିଲା । ବର୍ଷା ପରିମାଣ ମଧ୍ୟ କମିଥିଲା । ଚଳିତ ସପ୍ତାହରେ ଦିଲ୍ଲୀ, ହିମାଚଳ, ଉତ୍ତରାଖଣ୍ଡ, ମେଘାଳୟ, ଜମ୍ମୁ କାଶ୍ମୀରରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି ।  ଆସାମ-ଅରୁଣାଚଳରେ ଏକାଧିକ ସ୍ଥାନରେ ଭୂସ୍ଖଳନ ପରେ ଆଜିଠୁ ଜୁଲାଇ ୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ କଲେଜ୍ ଛୁଟି ଘୋଷଣା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଲଗାଣ ବର୍ଷା ଫଳରେ ଆସାମରେ ପ୍ରାୟ ଚାରି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ମୌସୁମୀ ଋତୁରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉଥିଲା କିନ୍ତୁ ବର୍ତ୍ତମାନ ଜଳବାୟୁ ପରିବର୍ତନ ପାଇଁ ଯେଉଁ ଲଘୁଚାପ ସୃଷ୍ଟି ହେଉଛି ତାହା ଅଧିକ ଘନିଭୂତ ନହୋଇ ଦୁର୍ବଳ ହୋଇଯାଉଛି। ଏହାର ମୁଖ୍ୟ କାରଣ ସମୁଦ୍ର ମଧ୍ୟରେ ଲଘୁଚାପ ସୃଷ୍ଟି ନହୋଇ ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହେଉଛି । ଘନିଭୂତ ହେବାର ପ୍ରକ୍ରିୟାକରଣ ସଠିକ୍ ଭାବରେ ହୋଇପାରୁନାହିଁ । ଫଳରେ ଓଡ଼ିଶା ସମେତ ଦକ୍ଷିଣ ଓ ପୂର୍ବରେ ବର୍ଷା ହେବା ପରିବର୍ତେ ଉତ୍ତର ଭାରତରେ ଅଧିକ ବର୍ଷା ହେଉଛି ।  ଏପଟେ ପାଣିପାଗ ବିଭାଗର ଆକଳନ ଅନୁସାରେ ହିମାଳୟ କ୍ଷେତ୍ରରେ ହେବ ପ୍ରବଳ ବର୍ଷା । ଫଳରେ ନଦୀ ଗୁଡ଼ିକରେ ଜଳପତନ ବୃଦ୍ଧି ସହ ହୋଇପାରେ ବନ୍ୟା ସ୍ଥିତି । ଉତ୍ତର ଭାରତରେ ଭୁସ୍ଖଳନ ଓ ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ଆଗୁଆ ସତର୍କ ରହିବାକୁ ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାସହିତ ନଦୀ କୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ଅଧିକ ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଗତବର୍ଷ ଜୁଲାଇ ଓ ଅଗଷ୍ଟରେ ତିସ୍ତା ନଦୀରେ ଜଳପତନ ବୃଦ୍ଧି ଯୋଗୁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖାଦେଥିଲା ବନ୍ୟା ସ୍ଥିତି । ଏବର୍ଷ ଦେଶରେ ଜୁନ ମାସରେ ସ୍ବାଭାବିକଠାରୁ  11 ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । IMD ର ଆକଳନ ଅନୁସାରେ ଜୁଲାଇରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 
 

Sponsored
Heavy rain likely in North India including Delhi | Argus News