Weather Update / ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Key Points
ରାଜ୍ୟ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ଆସନ୍ତା ୭ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ରାଜ୍ୟ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ଆସନ୍ତା ୭ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହା ପ୍ରଭାବରେ ୭ରୁ ୧୨ ତାରିଖ ଯାଏ ବର୍ଷା ଲାଗି ରହିବ । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ସେପଟେ ୯ ଅକ୍ଟୋବର ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନାକୁ ନେଇ ଭାରତୀୟ ପାଣିପାଗ ଆକଳନ କରିଛି । ଏପଟେ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି। ଆସନ୍ତା ୪ ଦିନ ଯାଏ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଆସନ୍ତାକାଲି ବି ସମାନ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସୁନ୍ଦରଗଡ଼ର କୁର୍ତାରେ ୪୨.୨ ମିମି ସର୍ବାଧିକ ଵର୍ଷା ରେକର୍ଡ ହୋଇଛି । ତୁହାକୁ ତୁହା ଭିଜୁଛି ଓଡ଼ିଶା । ଗୋଟେ ପରେ ଗୋଟେ ଲଘୁଚାପ ଜନିତ ବର୍ଷା ରାଜ୍ୟରେ ଲାଗି ରହିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟବାସୀ। ଅନ୍ୟପଟେ ବର୍ଷାକୁ ଦୃଷ୍ଟିରେ ରଖି ୟେଲୋ ଓ୍ୱାର୍ଣ୍ଣି ଜାରି ହୋଇଛି।
ୟେଲୋ ଓ୍ୱାର୍ଣ୍ଣିଂ କଣ ?
📱 Get Argus News App
✨ହଳଦିଆ ବର୍ଷା ସତର୍କତା ହେଉଛି "ସତର୍କ ରୁହନ୍ତୁ" ସ୍ତରର ସତର୍କତା, ଯାହା ସମ୍ଭାବ୍ୟ ପାଗ ପ୍ରଭାବକୁ ସୂଚିତ କରେ ଯାହା ଦୈନନ୍ଦିନ ଜୀବନକୁ ବାଧାପ୍ରାପ୍ତ କରିପାରେ ଏବଂ ପୃଥକ ବନ୍ୟା ସୃଷ୍ଟି କରିପାରେ। ଏହା ଲୋକଙ୍କୁ ପାଗ ପରିବର୍ତ୍ତନ ବିଷୟରେ ଅପଡେଟ୍ ରହିବାକୁ, ସତର୍କ ରହିବାକୁ ଏବଂ ମଧ୍ୟମ ବର୍ଷା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଏ। ସାଧାରଣତଃ 24 ଘଣ୍ଟାରେ 64.5 ମିମି ରୁ 115.5 ମିମି, ଯାହା ନିୟମିତ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିବା ପାଇଁ ଯଥେଷ୍ଟ କିନ୍ତୁ ଜୀବନ ପ୍ରତି ବିପଦପୂର୍ଣ୍ଣ ନୁହେଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories