ରାଜ୍ୟରେ ୬ ଦିନ ଯାଏଁ ବର୍ଷା ସମ୍ଭାବନା

Key Points
ମୌସୁମୀ ବର୍ଷାରେ ଭିଜିବ ସାରା ଓଡ଼ିଶା
ରାଜ୍ୟରେ ୬ ଦିନ ଯାଏଁ ବର୍ଷା ସମ୍ଭାବନା
୩୦ରୁ ୪୦ କି.ମି. ରହିପାରେ ପବନର ବେଗ
ମୌସୁମୀ ବର୍ଷାରେ ଭିଜିବ ସାରା ଓଡ଼ିଶା । ରାଜ୍ୟରେ ୬ ଦିନ ଯାଏଁ ବର୍ଷା ସମ୍ଭାବନା । ୩୦ରୁ ୪୦ କି.ମି. ରହିପାରେ ପବନର ବେଗ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ଦୁଇଦିନ ମଧ୍ୟରେ ବିଦର୍ଭ, ଛତିଶଗଡ ଏବଂ ଓଡିଶା ର ଆହୁରି କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବାବେଳେ, ଗୁଜୁରାଟ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାରକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ତେବେ ରଜରେ ପୁରା ଓଡ଼ିଶା ଭିଜିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଏପଟେ ରାଜ୍ୟରେ ତାତି ସାମାନ୍ୟ କମିଛି । ବର୍ଷା ବି କିଛି ସ୍ଥାନରେ ଲାଗି ରହିଛି । ପାଣିପାଗ ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିବା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ୧୯ ତାରିଖ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବାର ଆକଳନ କରିଛି ପାଣିପାଗ ବିଭାଗ।