Videos
|
Odisha

ରାଜ୍ୟରେ ଆଉ ୩ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

Ritu Das
Browse all articles by Ritu Das
·1 year ago
ରାଜ୍ୟରେ ଆଉ ୩ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ରାଜ୍ୟରେ ୩ ଦିନ ଜାରି ରହିବ କାଳବୈଶାଖୀ ବର୍ଷା । ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ସହ ଅପରାହ୍ନରେ ହେବ କାଳବୈଶାଖୀ ବର୍ଷା । ଆସନ୍ତା ୨ ଦିନ ଯାଏଁ ଟ୍ବିନସିଟିରେ ବିଜୁଳି ଘଡଘଡି ସହ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ନେଇ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ। ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବ। ଏହା ସହ ଅସମ୍ଭାଳ ଗରମ ଗୁଳୁଗୁଳି ଜାରି ରହିବ।


ବର୍ତ୍ତମାନ ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବା ବେଳେ ପୁଣି ୪ ଦିନ ଭିତରେ ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
heavy-rain-likely-in-the-state-for-another-3-days | Argus News