Videos
|
Odisha

School Closed / ପ୍ରବଳ ବର୍ଷା ପାଇଁ ବଡ଼ ଘୋଷଣା…ଆସନ୍ତାକାଲି ୪ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି

Ritu Das
Browse all articles by Ritu Das
·56 mins ago·2 min read
ପ୍ରବଳ ବର୍ଷା ପାଇଁ ବଡ଼ ଘୋଷଣା…ଆସନ୍ତାକାଲି ୪ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି
India

Key Points

ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ୪ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି
ଅବପାତ ପରେ ପ୍ରବଳ ବର୍ଷା ଜାରି ରହିଛି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ୪ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର କଟକ, ନୂଆପଡ଼ା ଓ ମାଲକାନଗିରି ଏବଂ ଭଦ୍ରକ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି ।

  • ଭଦ୍ରକ ଜ଼ିଲ୍ଲାରେ ସ୍କୁଲ ଛୁଟି

ଲଗାଣ ବର୍ଷା ଓ ବନ୍ୟା କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଭଦ୍ରକ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍‌ର (ଭଣ୍ଡାରିପୋଖରୀ, ଧାମନଗର, ଭଦ୍ରକ, ତିହିଡି, ବାସୁଦେବପୁର, ବନ୍ତ, ଚାନ୍ଦବାଲି ) ୩୯୯ଟି ପ୍ରଭାବିତ ବିଦ୍ୟାଳୟରେ ଆସନ୍ତା ୨୬ ସେପ୍ଟେମ୍ବର ୨୦୨୬ (ଶନିବାର) ଶିକ୍ଷାଗତ ଓ ଅଣଶିକ୍ଷାଗତ କାର୍ଯ୍ୟକଳାପ ବନ୍ଦ ରହିବ।

  • କଟକରେ ସ୍କୁଲ୍ ଛୁଟି

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, କଟକରେ ବର୍ଷା ସମ୍ଭାବନା ରହିଛି । ଯାହା ଫଳରେ ବିଭିନ୍ନ ଜଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ । ତେଣୁ ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । ଆସନ୍ତାକାଲି ଶନିବାର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ସ୍କୁଲ୍‌କୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

  • ନୂଆପଡ଼ାରେ ବି ସ୍କୁଲ୍ ବନ୍ଦ

ସେପଟେ ନୂଆପଡ଼ା ଜିଲ୍ଲାରେ ୨ ଦିନ ହେଲା ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଆଜି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ଲାଗି ରହିଛି ବର୍ଷା । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ସେପ୍ଟେମ୍ବର ୨୬ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ନୂଆପଡ଼ା ଜିଲ୍ଲାପାଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ମାଲକାନଗିରିରେ ସ୍କୁଲ୍ ବନ୍ଦ

ପ୍ରବଳ ବର୍ଷା ପାଇଁ ଆସନ୍ତାକାଲି ମାଲକାନଗିରିରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରହିବ । ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଶନିବାର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ।