|
logo
Live

Argus News - ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

Odisha

Heavy rainfall and thunderstorm / ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

Bikash Mohanty
Browse all articles by Bikash Mohanty
·2 weeks ago·2 min read
ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି
Heavy rain fall

Key Points

ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ପ୍ରବଳ ବର୍ଷା
ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା
25 ରୁ କାଳବୈଶାଖୀ ବର୍ଷା
ପାଣିପାଗ ବିଭାଗ ପକ୍ଷରୁ ସୁଚନା

ଭୁବନେଶ୍ବର ୨୨/୩ ଆଜିଠୁ କମିବ ବର୍ଷା। ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାର ବିଜୁଳି ଘଡଘଡି ସହ ପ୍ରବଳ ରୁ ପ୍ରବଳ ବର୍ଷା ଓ ପବନ ୩୦ ରୁ ୪୦ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ଆଲର୍ଟ।ଏହା ପରେ ପୁଣି ବଢିବ ଦିନ ତାପମାତ୍ରା । 25 ରୁ କାଳବୈଶାଖୀ ବର୍ଷା।
ସୁନ୍ଦରଗଡ, କେନ୍ଦୁଝର ,ଭଦ୍ରକ ଯାଜପୁର, କେନ୍ଦ୍ରାପଡା ,କଳାହାଣ୍ଡି, କନ୍ଧମାଳ, କୋରାପୁଟ , ନବରଙ୍ଗପୁର ଓ ମାଲକାନଗିରି ଆଦି ୧୦ ଜିଲ୍ଲାରେ ବିଜୁଳି, ଘଡଘଡି ସହ ହାଲୁକରୁ ମାଧ୍ୟମ ଧାରଣର ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମୟୂରଭଞ୍ଜ ଓ କେନ୍ଦୁଝରରେ ବିଜୁଳି ଘଡଘଡି ସହ ହାଲୁକରୁ ମାଧ୍ୟମ ଧାରଣର ବର୍ଷା ହୋଇପାରେ । ଏହି ଜିଲ୍ଲାର କେତେକ ସ୍ଥାନରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ରାଜ୍ୟର କେତେକ ସ୍ଥାନରେ ଆଜି ବର୍ଷା ସହ ୪୦ ରୁ ୫୦ କିମି ଏବଂ ସର୍ବାଧିକ ୬୦ କିମି ବେଗରେ ପବନ ପବନ ବହିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ଓଡିଶା ଉପକୂଳ ଅଂଚଳ ପାଇଁ ସତର୍କ ସୂଚନା ଜାରି ହୋଇଛି। ପବନର ତୀବ୍ରତା ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତାକାଲି ସକାଳ ୮ ଯାଏ ଅର୍ଥାତ ୨୪ ଘଣ୍ଟା ଯାଏ ସମୁଦ୍ରକୁ ମସ୍ଥ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

ସେପଟେ ଗତ ୨୪ ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଝାରସୁଗୁଡା ଲଇକେରାରେ ସର୍ବାଧିକ ୧୦୪ ମିମି ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନର ପାଣିପାଗ ନିୟାମକ ଅନୁସାରେ, କିଛି କିଛି ସ୍ଥାନରେ ବର୍ଷା ସହ ମେଘୁଆ ପାଗ ଦେଖିବାକୁ ମିଳିଥିବା ବେଳେ ହଠାତ ପାଗର ମିଜାଜ ବଦଳି ପବନ ସହ ଝଡା ତୋଫାନ ମଧ୍ୟ ଦେଖିବାକୁ ମିଳୁଛି । ଏହାର ପ୍ରଭାବରେ ଖରା ଓ ଗରମର ପ୍ରଭାବ କମ ରହୁଛି । ଆଗାମୀ ୨ ଦିନ ଯାଏ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବାର ଆକଳନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଧୀରେ ଧୀରେ ବର୍ଷା କମିବା ସହ ଯେ ୫ ଦିନ ଭିତରେ ପୁଣି ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଂଟାରେ ସର୍ବାଧିକ ତାପମାତ୍ରା ଚାନ୍ଦବାଲିରେ ୩୬.୬ ଡିଗ୍ରୀ ରେକର୍ଡ ହୋଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy rainfall and thunderstorm: ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି | Argus News