Schools Closed / ଭୀଷଣ ବର୍ଷା ପାଇଁ ବଡ଼ ନିଷ୍ପତ୍ତି ୨ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

Key Points
ପୁରୀରେ ଜମିଲା ଦେଢ଼ ଫୁଟ୍ ପାଣି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
ଭୀଷଣ ବର୍ଷା ପାଇଁ ବଡ଼ ନିଷ୍ପତ୍ତି ପୁରୀରେ ୨ ଦିନ ସ୍କୁଲ୍ ଛୁଟି
ରଥଯାତ୍ରା ପୂର୍ବରୁ ପୁରୀରେ ପ୍ରବଳ ବର୍ଷା ସ୍କୁଲ୍-କଲେଜ ବନ୍ଦ ଘୋଷଣା
୨ ଦିନ ପାଇଁ ପୁରୀରେ ସମସ୍ତ ସ୍କୁଲ୍ ବନ୍ଦ... ପୁରୀରେ ଛେଚୁଚି ବର୍ଷା । ଲଗଣା ବର୍ଷାରେ ବେହାଲ ପୁରୀ । ଗତକାଲି ଠାରୁ ଜାରି ରହିଛି ବର୍ଷା । ପୁରୀର ସମସ୍ତ ପ୍ରବେଶ ପଥ ରାସ୍ତା ଉପରେ ଜମିରହିଛି ଦେଢ ଫୁଟର ପାଣି । ଏଥିସହ ଆସନ୍ତା କାଲି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଏହାକୁ ଦୃଷ୍ଟିରେ ରଖି ପୁରୀ DEO କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶ ଅନୁସାରେ, ପୁରୀ ପୌର ପରିଷଦ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ୍, କଲେଜ ଦୁଇ ଦିନ ଛୁଟି ରହିବ ।
ସୃଷ୍ଟି ହେଲା ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୪୮ ଘଣ୍ଟା ପାଇଁ ରେଡ ଆଲର୍ଟ ରହିଥିବା ବେଳେ ୪ ଦିନ ଯାଏ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ । ପ୍ରଭାବରେ ଆଗାମୀ ୪ ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟଧିକ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏହି ୩ ଜିଲ୍ଲାରେ ଭୀଷଣ ବର୍ଷାକୁ ନେଇ ରେଡି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୦ ଜିଲ୍ଲାରେରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ରାୟଗଡା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେଓଗଡ ଓ ସୁନ୍ଦରଗଡ ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଆଜି ପାଇଁ ଜଗତସିଂହପୁରରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଥିବା ବେଳେ କନ୍ଧମାଳ, ନୟାଗଡ, ଖୋରଧା, କଟକ, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।
ପ୍ରଭାବରେ ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୧୫ ତାରିଖ ପାଇଁ ବିଭିନ୍ନ ଜିଲ୍ଲାକୁ ଦିଆଯାଇଛି ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ।
ସେପଟେ ଭଦ୍ରକ ଜିଲ୍ଲାରେ ୩ ଦିନ ଧରି ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ପାଇଁ ପ୍ରଥମେ ମଙ୍ଗଳବାର, ଜୁନ୍ ୧୪ରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରିଥିଲେ । ବର୍ଷା ଜାରି ରହିଥିବାରୁ ଆଜି (ବୁଧବାର) ଜୁନ୍ ୧୫ ତାରିଖରେ ମଧ୍ୟ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ।
ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲଗାଣ ବର୍ଷା ଏବଂ ଜଳବନ୍ଦୀ ପରିସ୍ଥିତିକୁ ନଜରରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
📱 Get Argus News App
✨Related Topics
Explore more stories
