ପ୍ରବଳ ବର୍ଷା ନେଇ ସତର୍କ ସୂଚନା , ୭ ଜିଲ୍ଲାକୁ ଆଲର୍ଟ

Key Points
ଆଜି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି
ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ବାଲେଶ୍ବର
ଭଦ୍ରକ ସମେତ 7 ଜିଲ୍ଲାକୁ ଆଲର୍ଟ ଜାରି
ଆହୁରି 7 ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା
ରାଜ୍ୟରେ ଜାରି ରହିଛି ବର୍ଷା । ଆଗାମୀ ୭ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଜାରି । ଆଜି ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର କିଛି କିଛି ସ୍ଥାନମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଉତ୍ତର ଓଡିଶାର ବି କିଛି ଜିଲ୍ଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ପ୍ରବଳ ବର୍ଷା ଥିବା ବେଳେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି I ସେପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇନାହିଁ ବୋଲି ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର I
ଅନ୍ୟପଟେ ଲଘୁଚାପ ଜନିତ ବର୍ଷାରେ ମାଲକାନାଗିରିର ସ୍ଥିତି ବେହାଲ ରହିଛି । ମାଲକାନିଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖଇରପୁଟ କୁଡୁମୁଲୁଗୁମ୍ମା ଠାରୁ ମଜୁରିଲେଣ୍ଡି ମୁଖ୍ୟ ରାସ୍ତା ଧୋଇଯାଇଛି । ଫଳରେ ୧୦ ଗାଁ ପ୍ରଭାବିତ ହୋଇଛି । ସେହିପରି ସାବେରୀ ନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଝାପ୍ରା ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମାଲକାନଗିରି ଓ ଛତିଶଗଡ଼ ସୁକମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
📱 Get Argus News App
✨IMD DGଙ୍କ ଆକଳନ ଅନୁସାରେ, ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ପ୍ରଭାବରେ ଖାଲୁଆ ଅଞ୍ଚଳ ଜଳମଗ୍ନ ହେବ । ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପୁଣି ୨୭ରୁ ୨୮ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ।