ରାଜ୍ୟରେ ଆସନ୍ତା ୩୧ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
·1 year ago·1 min read

Key Points
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ରାଜ୍ୟରେ ଆସନ୍ତା ୩୧ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ରାଜ୍ୟରେ ଆସନ୍ତା ୩୧ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା । ସତର୍କତା ନେଇ ସବୁ ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ଚିଠି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ପାଞ୍ଚ ଦିନ ଯାଏଁ ଓଡ଼ିଶାରେ ଅନେକ ଜାଗାରେ ବର୍ଷା ଲାଗି ରହିବ। ତେଣୁ ଆଗାମୀ ତିନି ଦିନ ପ୍ରଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ସେମାନଙ୍କୁ ବାରଣ କରାଯାଇଛି।
ଏଥି ସହିତ ଆଗାମୀ ତିନିଦିନ ପାଇଁ ରାଜ୍ୟରେ ଅନେକ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ୍ ଜାରି କରାଯାଇଛି। ସେପଟେ 2 ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ । IMDର ପୂର୍ବାନୁମାନ ମୌସୁମୀ ଅଗ୍ରସର ନେଇ ରହିଛି ପାଗ ଅନୁକୂଳ। ଏଥର ଜୁନରେ ସ୍ବାଭାବିକଠୁ ଅଧିକ ବର୍ଷା ହେବା ସମ୍ଭାବନା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: