Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାସ୍ତା ଉପରେ ଚାଲୁଛି 4 ଫୁଟ୍ ଉଚ୍ଚର ପାଣି

Odisha

ରାସ୍ତା ଉପରେ ଚାଲୁଛି 4 ଫୁଟ୍ ଉଚ୍ଚର ପାଣି

Smruti Parija
Browse all articles by Smruti Parija
·1 year ago·1 min read
ରାସ୍ତା ଉପରେ ଚାଲୁଛି 4 ଫୁଟ୍ ଉଚ୍ଚର ପାଣି

ମାଲକାନଗିରି: ଚିତ୍ରକୋଣ୍ଡାରେ ଜଳପ୍ରଳୟ । ରାସ୍ତା ଉପରେ ଚାଲୁଛି ଚାରିଫୁଟ ଉଚ୍ଚର ପାଣି । ଘର ଭିତରେ ପାଣି ପଶିବାରୁ ହନ୍ତସନ୍ତ ହେଉଛନ୍ତି ଲୋକ । ପାଙ୍ଗମ ନଦୀର ଉପରେ ପାଣି ଚାଲୁଥିବାରୁ ମାଲକାନଗିରିକୁ ଯୋଗାଯୋଗ ବିଚ୍ଛିନ୍ନ । ଗାଡ଼ି ମୋଟର ଯାତାୟତ ଠପ୍ ହୋଇଯାଇଛି । ପୋଟେରୁ ଗାଁରେ ପଶିଲା ବନ୍ୟା ଜଳ  । ଲୋକଙ୍କ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚାରି ଆଡ଼େ ଜଳବନ୍ଦୀ ପରିସ୍ଥିତି । 

ଲଗାଣ ବର୍ଷାରେ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲ ଉପରେ ପାଣି ଥିବାରୁ ରାସ୍ତା କଡରେ ଲମ୍ବା ଲାଇନରେ ଛିଡା ହୋଇଛି ଗାଡ଼ି ମୋଟର। ଲୋକେ ନାହିଁ ନଥିବା ଅସୁବିଧାର ସମ୍ବୁଖିନ ହେଉଛନ୍ତି । ଘର ଦ୍ବାର ରାସ୍ତା ଘାଟ ଜଳମଗ୍ନ ହୋଇ ରହିଛି । ଅଧିକାଂଶ ଲୋକଙ୍କ ଘର ଭାଙ୍ଗି ଯାଇଛି । ଲୋକଙ୍କ କୌଣସି କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
 

ଲଗାଣ ବର୍ଷାରେ ବେହାଲ୍ ମାଲକାନଗିରି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-rainfall-in-chitrakonda-malkangiri | Argus News