Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୁଇଟର ପିନ୍ଧିବେ କି ରେନ କୋଟ୍ ବୁଝିପାରୁନାହାନ୍ତି ଲୋକେ

Odisha

ସୁଇଟର ପିନ୍ଧିବେ କି ରେନ କୋଟ୍ ବୁଝିପାରୁନାହାନ୍ତି ଲୋକେ

Smruti Parija
Browse all articles by Smruti Parija
·2 years ago·2 min read
ସୁଇଟର ପିନ୍ଧିବେ କି ରେନ କୋଟ୍ ବୁଝିପାରୁନାହାନ୍ତି ଲୋକେ

ଅର୍ଗସ ବ୍ୟୁରୋ: ଦୁଇ ଦିନ ହେଲା ଲଗାଣ ବର୍ଷାକୁ ପ୍ରବଳ ଶୀତ । ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଏମିତି ଜାଡ ହେଉଛି ରେନ୍ କୋର୍ଟ ପିନ୍ଧିବେ କି ଶୀତ ବସ୍ତ୍ର ବୁଝିପାରୁନାହାନ୍ତି ଲୋକେ । ମିଗଜୋମ୍ ପ୍ରଭାବରେ ପୁରା ଓଡିଶା ଭିଜୁଛି । ଉପାନ୍ତରୁ ଉପକୂଳ ସବୁଠି କୋହଲା ପାଗ । କେତେବେଳେ ଛେଚୁଛି ତ କେତେବେଳେ ଝିପିଝିପି ବର୍ଷା ହେଉଛି । ଦିନର ତାପମାତ୍ରା ଖସିଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରାଜଧାନୀରେ ରେକର୍ଡ କରିଛି ଶୀତ । ଦୁଇ ଦିନରେ ତାପମାତ୍ରା ୫ ଡିଗ୍ରୀ କମିଛି । ସୁଲୁସୁଲିଆ ପବନରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । 
ଗତକାଲି ଦାରିଙ୍ଗବାଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୭ ଡିଗ୍ରୀ ରହିଥିବାବେଳେ ଭୁବନେଶ୍ବରର ତାପମାତ୍ରା ରହିଥିଲା ୨୩ ଦଶମିକ ୬ ଡିଗ୍ରୀ । ରାତିରେ ଥଣ୍ଡା ଜାରି ରହିଥିବାରୁ ତାପମାତ୍ରା ଅହୁରି କମିବ ବୋଲି ଆଶା କରାଯାଉଛି । ଆସନ୍ତା ଦୁଇ ଦିନ ଜାରି ରହିବ ଶୀତର ଲହରୀ । 

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି । କୋରାପୁଟ ଜିଲ୍ଲା ନାରାୟଣପାଟଣା, କୋଟପାଡ ଆଦି ଅଞ୍ଚଳରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଉଭୟ ପଟୁ ଅଟକିଛି ଗାଡ଼ିମୋଟର । ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି କୋଟିଆ ପଂଚାୟତର ମାଡକାର ଗ୍ରାମକୁ ଯିବା ବାଟରେ ପ୍ରବଳ ବର୍ଷା ହେତୁ ଛୋଟ ଧରଣର ଲ୍ୟାଣ୍ଡ ସ୍ଲାଇଡ୍ ହେବା ଦେଖିବାକୁ ମିଳିଛି । 

ସେପଟେ ସୁନ୍ଦରଗଡରେ ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଆଜି ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗତକାଲି ସନ୍ଧ୍ୟାରୁ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ସମସ୍ତ ସରକାରୀ, ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କୋହଲା ପାଗ ରହିଛି । 
ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟର କୋଟପାଡ଼ରେ ୬୪ ମିମି ବର୍ଷା ଲାଗି ରହିଛି । ହିଞ୍ଜିଳିରେ ୫୯ ମିମି, ଆସ୍କା ୫୫.୮ ମିମି, କୁକୁଡ଼ାହାଣ୍ଡି ୫୪ ମିମି, ଝାରସୁଗୁଡ଼ାରେ ୪୮.୯ ମିମି, କୋଲବରା ୫୭.୬ ମିମି, ଲାଇକେରା ୫୬.୪ ମିମି, କୁନମୁନ ୫୫ ମିମି, ବୋଡେନ୍ ୫୧.୬ ମିମି, ନୂଆପଡ଼ା ୪୪.୮ ମିମି ବର୍ଷା ରେକର୍ଡ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
heavy-rainfall-in-different-parts-of-odisha | Argus News