Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - ସୁଇଟର ପିନ୍ଧିବେ କି ରେନ କୋଟ୍ ବୁଝିପାରୁନାହାନ୍ତି ଲୋକେ

ସୁଇଟର ପିନ୍ଧିବେ କି ରେନ କୋଟ୍ ବୁଝିପାରୁନାହାନ୍ତି ଲୋକେ

By: Smruti Parija

Odisha, Calamities| Thu, Dec 7 | 5:30 am

ସୁଇଟର ପିନ୍ଧିବେ କି ରେନ କୋଟ୍ ବୁଝିପାରୁନାହାନ୍ତି ଲୋକେ

ଅର୍ଗସ ବ୍ୟୁରୋ: ଦୁଇ ଦିନ ହେଲା ଲଗାଣ ବର୍ଷାକୁ ପ୍ରବଳ ଶୀତ । ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଏମିତି ଜାଡ ହେଉଛି ରେନ୍ କୋର୍ଟ ପିନ୍ଧିବେ କି ଶୀତ ବସ୍ତ୍ର ବୁଝିପାରୁନାହାନ୍ତି ଲୋକେ । ମିଗଜୋମ୍ ପ୍ରଭାବରେ ପୁରା ଓଡିଶା ଭିଜୁଛି । ଉପାନ୍ତରୁ ଉପକୂଳ ସବୁଠି କୋହଲା ପାଗ । କେତେବେଳେ ଛେଚୁଛି ତ କେତେବେଳେ ଝିପିଝିପି ବର୍ଷା ହେଉଛି । ଦିନର ତାପମାତ୍ରା ଖସିଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରାଜଧାନୀରେ ରେକର୍ଡ କରିଛି ଶୀତ । ଦୁଇ ଦିନରେ ତାପମାତ୍ରା ୫ ଡିଗ୍ରୀ କମିଛି । ସୁଲୁସୁଲିଆ ପବନରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । 
ଗତକାଲି ଦାରିଙ୍ଗବାଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୭ ଡିଗ୍ରୀ ରହିଥିବାବେଳେ ଭୁବନେଶ୍ବରର ତାପମାତ୍ରା ରହିଥିଲା ୨୩ ଦଶମିକ ୬ ଡିଗ୍ରୀ । ରାତିରେ ଥଣ୍ଡା ଜାରି ରହିଥିବାରୁ ତାପମାତ୍ରା ଅହୁରି କମିବ ବୋଲି ଆଶା କରାଯାଉଛି । ଆସନ୍ତା ଦୁଇ ଦିନ ଜାରି ରହିବ ଶୀତର ଲହରୀ । 

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି । କୋରାପୁଟ ଜିଲ୍ଲା ନାରାୟଣପାଟଣା, କୋଟପାଡ ଆଦି ଅଞ୍ଚଳରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଉଭୟ ପଟୁ ଅଟକିଛି ଗାଡ଼ିମୋଟର । ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି କୋଟିଆ ପଂଚାୟତର ମାଡକାର ଗ୍ରାମକୁ ଯିବା ବାଟରେ ପ୍ରବଳ ବର୍ଷା ହେତୁ ଛୋଟ ଧରଣର ଲ୍ୟାଣ୍ଡ ସ୍ଲାଇଡ୍ ହେବା ଦେଖିବାକୁ ମିଳିଛି । 

ସେପଟେ ସୁନ୍ଦରଗଡରେ ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଆଜି ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗତକାଲି ସନ୍ଧ୍ୟାରୁ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ସମସ୍ତ ସରକାରୀ, ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କୋହଲା ପାଗ ରହିଛି । 
ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟର କୋଟପାଡ଼ରେ ୬୪ ମିମି ବର୍ଷା ଲାଗି ରହିଛି । ହିଞ୍ଜିଳିରେ ୫୯ ମିମି, ଆସ୍କା ୫୫.୮ ମିମି, କୁକୁଡ଼ାହାଣ୍ଡି ୫୪ ମିମି, ଝାରସୁଗୁଡ଼ାରେ ୪୮.୯ ମିମି, କୋଲବରା ୫୭.୬ ମିମି, ଲାଇକେରା ୫୬.୪ ମିମି, କୁନମୁନ ୫୫ ମିମି, ବୋଡେନ୍ ୫୧.୬ ମିମି, ନୂଆପଡ଼ା ୪୪.୮ ମିମି ବର୍ଷା ରେକର୍ଡ ହୋଇଛି । 


 

Sponsored By!

Related Articles :