ଅଗଷ୍ଟ ୮ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା , IMDର ସତର୍କ ସୂଚନା

Key Points
ଅଗଷ୍ଟ ୮ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଆସନ୍ତା ୪ ଦିନ ବର୍ଷା, ଘଡ଼ଘଡ଼ି ଓ ଝଡ଼ ପବନ ସହ ବିଜୁଳି ନେଇ IMDର ସତର୍କ ସୂଚନା
୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଭାରତୀୟ ପାଣିପାଗ ବିଭାଗ ରାଜ୍ୟରେ ଆଗାମୀ ୩ ଦିନ, ଅର୍ଥାତ୍ ଅଗଷ୍ଟ ୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ଝଡ଼ ପବନ ସହ ବିଜୁଳି ହେବାର ସମ୍ଭାବନା ଥିବା ନେଇ ୟେଲୋ ଆଲର୍ଟ ଜାରି କରିଛି। ଏକ ଅବପାତ ବଙ୍ଗୋପସାଗରର ଉତ୍ତର-ପୂର୍ବ ଆଡ଼କୁ ଗତି କରୁଥିବାରୁ ଏହାର ପୂର୍ବାନୁମାନ କରାଯାଇଛି।
ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବଳା ପବନ ଓ ବିଜୁଳି ହେବାର ସମ୍ଭାବନା ରହିଛି।