Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାଙ୍ଗିଲା କପର୍ ଡ୍ୟାମ୍ ; ବୈତରଣୀର ତଳମୁଣ୍ଡରେ ବନ୍ୟା ଆଶଙ୍କା

Smruti Parija
Browse all articles by Smruti Parija
·1 year ago·1 min read
ଭାଙ୍ଗିଲା କପର୍ ଡ୍ୟାମ୍ ; ବୈତରଣୀର ତଳମୁଣ୍ଡରେ ବନ୍ୟା ଆଶଙ୍କା

Key Points

ଲଗାଣ ବର୍ଷାରେ ଭାଙ୍ଗିଲା କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍

ବୈତରଣୀର ତଳମୁଣ୍ଡରେ ବନ୍ୟା ଆଶଙ୍କା

ଆନନ୍ଦପୁର ଓ ଆଖୁଆପଦାକୁ ଘନେଇଲା ବିପଦ

ଲଗାଣ ବର୍ଷାରେ ଭାଙ୍ଗିଲା କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବାସୁଦେବପୁରଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ । ନିର୍ମାଣାଧୀନ ମୁଖ୍ୟ ଡ୍ୟାମ୍ ଉପର ଦେଇ ପ୍ରବାହିତ ହେଇଛି ବନ୍ୟାଜଳ । ବୈତରଣୀର ତଳମୁଣ୍ଡରେ ବନ୍ୟା ଆଶଙ୍କା । ଆନନ୍ଦପୁର ଓ ଆଖୁଆପଦାକୁ ଘନେଇଲା ବିପଦ । ଲୋକଙ୍କୁ ସତର୍କ କରାଇଲା ଜିଲ୍ଲା ପ୍ରଶାସନ । ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ନିର୍ମାଣ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ମାଟି ପକାଇ ନିର୍ମାଣ କରାଯାଇଥିଲା କପର୍ ଡ୍ୟାମ୍ । ଚଳିତ ମାସ ଶେଷ ସୁଦ୍ଧା ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା ।


ସେପଟେ ରାଜଘାଟ ଠାରେ ସୁବର୍ଣ୍ଣରେଖା ଜଳ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛି । ରାଜଘାଟ ଠାରେ ସତର୍କ ସୂଚନା ୯.୪୫ ମିଟର ଥିବାବେଳେ ସକାଳ ୮ ଟା ସୁଦ୍ଧା ୯.୦୮ମି କୁ ଜଳ ସ୍ତର କମିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ପାଣି କମୁଛି,ଲୋକଙ୍କ ସ୍ଥିତି ଧୀରେ ଧୀରେ ସୁଧୁରୁଛି । ଗାଁ ଦାଣ୍ଡରେ ମୁଖ୍ୟ ରାସ୍ତାରେ ପାଣି କମିଛି । ତଳିଆ ପଂଚାୟତ ନାଚିନ୍ଦା,ଖରିଦପିପଳ,ଆରୁହାବୃତ୍ତି,
କୁସୁଡ଼ା,ଗବଗାଁ,ପୁଟିଣା,ଦାରୁହା,ମହାଗବ,ଗୁଣସାର୍ଥ କୁମ୍ଭୀରଗଡ଼ିରେ ଏବେ ବି ପାଣି ଜମି ରହିଛି । ଆଜି ଭୋଗରାଇ ଗସ୍ତରେ ଆସୁଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଭୋଗରାଇ ଏବଂ ବାଲିଆପାଳର ବିଭିନ୍ନ ବନ୍ୟାଞ୍ଚଳ ବୋଲି ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିବା ସହିତ ବନ୍ୟାର ସ୍ଥିତି କରିବେ ଅନୁଧ୍ୟାନ ।

Sponsored
heavy-rains-break-down-kanupurs-massive-irrigation-projects-copper-dam-flood-threat-downstream-of-baitarani | Argus News