Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବଳ ବର୍ଷାରେ ଝାରସୁଗୁଡ଼ାରେ ଜଳ ପ୍ରଳୟ , ୨୪ ଘଣ୍ଟା ଯାଏଁ ରେଡ ଆଲର୍ଟ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପ୍ରବଳ ବର୍ଷାରେ ଝାରସୁଗୁଡ଼ାରେ ଜଳ ପ୍ରଳୟ , ୨୪ ଘଣ୍ଟା ଯାଏଁ ରେଡ ଆଲର୍ଟ

Key Points

ସମ୍ବଲପୁର କୁଚିଣ୍ଡାରେ ବାଦଲ ଫଟା ବର୍ଷା ଯୋଗୁ ଘରେ ପଶିଛି ପାଣି । ବର୍ଷାରେ ଜଳ ବନ୍ଦୀ ଆନେକ ଗାଁ । କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର । ପୋଲ ଉପରେ ୪ରୁ ୫ ଫୁଟ ଉପରେ ପାଣି ଚାଲୁଛି ।

ଝାରସୁଗୁଡ଼ାରେ ଜଳ ପ୍ରଳୟ । ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି । କେଉଁଠି ଟ୍ରକ ଭାସିଯାଇଛି, ତ ଆଉ କେଉଁଠି ବାଇକ ସହ ଭାସିଯାଇଥିଲେ ଯୁବକ । ଯାହାଙ୍କୁ ରଶି ସହାୟତାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ବ୍ରଜରାଜନଗର ରାଜପୁର ନିକଟସ୍ଥ ଘୋଡ଼ାଡିହା ନାଳ ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବା ବେଳେ, ଏ ଅଘଟଣ ଘଟିଥିଲା । ମା' ରାମଚଣ୍ଡୀଙ୍କ ମନ୍ଦିରରେ ଇବ ନଦୀର ବନ୍ୟାଜଳ ପଶିଛି । ଜିଲ୍ଲାର ପ୍ରସିଦ୍ଧ କୋଇଲିଘୁଘର ଶୈବପୀଠରେ ବନ୍ୟା ପାଣି ପଶିଛି । ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଅନେକ କ୍ଷୟକ୍ଷତି ହୋଇଛି । ଲାଇକେରା ବାଗଡ଼ିହି ମୁଖ୍ୟ ରାସ୍ତାରେ ପିଚୁ ରୋଡ଼ ଧୋଇ ଯିବାରୁ ଯୋଗାଯୋଗ ବିଛିନ୍ନ ହେବା ସହ ଖୁଣ୍ଟାମାଲ ରୁ କୋଲାବିରା ରାସ୍ତାରେ ମଧ୍ୟ ପିଚୁ ଧୋଇ ଯାଇଛି । ତେଣୁ ଏସବୁ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଘରେ ବନ୍ୟାପାଣି ପଶିବା ସହ ଘରକାନ୍ଥ ଭାଙ୍ଗିଯାଇଛି । ସେପଟେ ଲଇକେରାରେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ।

ସମ୍ବଲପୁର କୁଚିଣ୍ଡାରେ ବାଦଲ ଫଟା ବର୍ଷା ଯୋଗୁ ଘରେ ପଶିଛି ପାଣି । ବର୍ଷାରେ ଜଳ ବନ୍ଦୀ ଆନେକ ଗାଁ । କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର । ପୋଲ ଉପରେ ୪ରୁ ୫ ଫୁଟ ଉପରେ ପାଣି ଚାଲୁଛି । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ।ସେହିପରି ନୂଆପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଅଳ୍ପକେ ବର୍ତ୍ତି ଯାଇଛି ୮ ବର୍ଷର ଶିଶୁ ।

ସେପଟେ ହୀରାକୁଦ ଗେଟ୍ ଖୋଲିଥିବାରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି । ପୂଜାର୍ଚ୍ଚନା କରାଯାଇ ସକାଳ ୧୦ଟା ୨୦ ମିନିଟରେ ଗେଟ୍ ଖୋଲିଥିଲା । ମୋଟ ୨୦ଟି ଖୋଲାଯାଇଥି । ବନ୍ୟାଜଳ ମୁଣ୍ଡଳୀରେ ପହଂଚିବା ପାଇଁ ୪୦ ଘଣ୍ଟା ଲାଗିବ । ତେବେ ତଳମୁଣ୍ତରେ କୌଣସି ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ।

ହୀରାକୁଦ ଗେଟ୍ ଖୋଲିବା ପରେ ସେଚ ସଦନରେ ଉନ୍ନୟନ କମିଶନର ସମୀକ୍ଷା କରିଛନ୍ତି । ବିଭିନ୍ନ ନଦୀର ଜଳ ସ୍ତର ବଢୁଥିବା ବେଳେ ବନ୍ୟା ଆଶଙ୍କା ନେଇ ବିଭାଗୀୟ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ସତର୍କ ରହିବାକୁ ସବୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ତଥା ଜଳ ସମ୍ପଦ ସଚିବ ଅନୁ ଗର୍ଗ ।

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ କେଉଁଝର, ମୟୁରଭଞ୍ଜ,ସୁନ୍ଦରଗଡ଼,ସମ୍ବଲପୁରରେ ଅତ୍ୟନ୍ତ ବର୍ଷାର ସମ୍ଭାବନା ଥିବାରୁ ଜାରି ହୋଇଛି ରେଡ ଆଲର୍ଟ। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ଏବଂ ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୧୩ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy rains cause flash floods in Jharsuguda, red alert for 24 hours | Argus News