Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବ

Key Points

ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବ
ମୟୂରଭଞ୍ଜ, କେନ୍ଦୁଝରରେ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗର ଆକଳନ
୨୪ ତାରିଖ ଯାଏ ରାଜ୍ୟରେ ଲାଗି ରହିବ ବର୍ଷା


ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଖାସ୍ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ଅଧିକାଂଶ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝରରେ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ବରଗଡ଼, ସୋନପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଗୁରୁବାର ପାଇଁ କୌଣସି ଜିଲ୍ଲାକୁ ରେଡ୍ ଆଲର୍ଟ ନାହିଁ । ୨୪ ତାରିଖ ଯାଏ ବର୍ଷା ଲାଗି ରହିବ । ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ 30ରୁ 40 କିମି ବେଗରେ ବହିବ ।

କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ବଡ଼ବିଲ ଓ ଯୋଡ଼ାରେ ଲଗାଣ ବର୍ଷା ଯୋଗୁ ତଳି ଅଞ୍ଚଳରେ ପଶିଛି ପାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପ୍ରବଳ ବର୍ଷା ଯୋଗୁ କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗିଛି । କିଛି ଲୋକଙ୍କ ଘରର ଆସବାବପତ୍ର ପାଣିରେ ବୁଡ଼ି ନଷ୍ଟ ହୋଇଛି । ସେହିପରି ଯୋଡ଼ା ପୌରପାଳିକାର କମାରଯୋଡ଼ା ଓ ବାଂଶପାଣି ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

ସାମାନ୍ୟ ବର୍ଷାରେ ଭୁଷୁଡ଼ିଲା ୨୫ କୋଟି ଟଙ୍କାର ନିର୍ମାଣଧିନ ଗାର୍ଡୱାଲ୍ । ଗଂଜାମ-କନ୍ଧମାଳକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିର ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବା ବେଳେ ବିରାଟ ଗାର୍ଡୱାଲ ଧସି ପ୍ରାୟ ୨୦୦ ଫୁଟ ତଳକୁ ଖସିଯାଇଛି । କାମରେ ଲାଗିଥିବା ଦୁଇଟି ଜେସିବି ମେସିନ ମଧ୍ୟ ତଳକୁ ଖସି ଯାଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ଅପରେଟର । ଲଘୁଚାପ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ବି ଜାରି ରହିଛି ବର୍ଷା ସହ ପବନ । ବର୍ଷା ପ୍ରଭାବରେ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ଧାମନଗର ଓ ଭଣ୍ଡାରିପୋଖରୀ ଅଞ୍ଚଳରେ ବି ଲାଗି ରହିଛି ବର୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-rains-expected-in-the-state-due-to-low-pressure | Argus News