Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସତର୍କ ରୁହନ୍ତୁ : ପ୍ରବଳରୁ ଅତି ପ୍ରବଳ ବର୍ଷା !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ସତର୍କ ରୁହନ୍ତୁ : ପ୍ରବଳରୁ ଅତି ପ୍ରବଳ ବର୍ଷା !

ଅର୍ଗସ ବ୍ୟୁରୋ: ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ଟ୍ବିନସିଟି ସମେତ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ।

ସେହିପରି  ପ୍ରବଳ ବର୍ଷା ପାଇଁ  ନୂଆପଡା, କଳାହାଣ୍ଡି, ରାୟଗଡା, ଗଂଜାମ ଓ ଗଜପତି  ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି  ବିଭାଗ । ସେହିପରି  ବିଜୁଳି ଘଡଘଡିର ସତର୍କତାକୁ  ନେଇ ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ , କଳାହାଣ୍ଡି, କେନ୍ଦ୍ରାପଡା, ଭଦ୍ରକ ,ଯାଜପୁର, କଟକ,  ଜଗତସିଂପୁର,  ପୁରୀ, ଖୋର୍ଦ୍ଧା ଓ ନୟାଗଡରେ  ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିପରି   ଆଜି  ପ୍ରବଳରୁ ଅତି ପ୍ରବଳ  ବର୍ଷା ପାଇଁ ଗଜପତି,  ମାଲକାନଗିରି , କୋରାପୁଟ, ରାୟଗଡା ଓ ନବରଙ୍ଗପୁରରେ ଅରେଞ୍ଜ ବର୍ଣ୍ଣିଙ୍ଗ  ସହ ପ୍ରବଳ ବର୍ଷା  ପାଇଁ  ନୂଆପଡା  କଳାହାଣ୍ଡି  ବଲାଙ୍ଗୀର କନ୍ଧମାଳ ଗଂଜାମ କୁ ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ। ସଦୃଶ ଲଘୁଚାପ  ଫଳରେ  ୧ ତାରିଖ ଯାଏ  ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ  କରାଯାଇଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy Rain Fall | Argus News