Missing Person / ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରି କଲେ ବାପା ମାଆ
·8 months ago·2 min read

Key Points
ଆତଙ୍କୀ କବଳରେ ଓଡ଼ିଆ ପୁଅ
ସୁଦାନରେ ଫସିଥିବା ଓଡ଼ିଆ ପୁଅକୁ ଫେରାଇ ଆଣିବାକୁ ଗୁହାରି
ସରକାରଙ୍କୁ ଗୁହାରି କଲେ ଅସହାୟ ବାପା ମାଆ
ତିର୍ତ୍ତୋଲ କୋଟକଣା ଗାଁର ଆଦର୍ଶ ବେହେରାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ

ଆତଙ୍କୀ କବଳରେ ଓଡ଼ିଆ ପୁଅ । ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରି କଲେ ଅସହାୟ ବାପା ମାଆ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରୁ ଆସିଛି ଏ ଅଭିଯୋଗ । କୋଟକଣା ଗାଁର ଆଦର୍ଶ ବେହେରା ୨୦୨୨ ମସିହାରେ ପରିବାର ପ୍ରତିପୋଷଣ ପାଇଁ ସୁଦୂର ଆଫ୍ରିକାର ସୁଦାନକୁ ଯାଇଥିଲେ । ସେଠାରେ ଏକ ପ୍ଲାଷ୍ଟିକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେହି ସ୍ଥାନରେ ୭/୮ ମାସ ଭଲରେ ରହିବା ପରେ ସେଠାରେ ଆରମ୍ଭ ହୋଇଥିଲା ଗୃହଯୁଦ୍ଧ । ଏଭଳି ପରିସ୍ଥିତିରେ ସେ ସରକାର ବିରୋଧୀ ଆର୍ଏସ୍ଏଫ୍ ପକ୍ଷରୁ ଆଦର୍ଶଙ୍କୁ ଅପହରଣ କରାଯାଇ ଏକ ଜଙ୍ଗଲରେ ରଖାଯାଇଛି । ଯାହାର ଏକ ଭିଡିଓ ପରିବାର ଲୋକଙ୍କ ପାଖରେ ପହଂଚିବା ପରେ ସେମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ସୂଚନାନୁଯାୟୀ ଉଗ୍ରବାଦୀ ସଙ୍ଗଠନ ଆର୍ଏସ୍ଏଫ୍ ଦ୍ୱାରା ଅପହୃତ ହୋଇଥିବା ଯୁବକ ଜଣକ ହେଉଛନ୍ତି ଆଦର୍ଶ ବେହେରା (୩୬) । ଘର ଜଗତ୍ସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ତରଜଙ୍ଗା ପଞ୍ଚାୟତସ୍ଥିତ କୋଟକଣା ଗ୍ରାମରେ । ଏବେ ତାଙ୍କୁ ଉଗ୍ରବାଦୀମାନେ ସୁଦାନର ଅଲ୍ଫସିରରେ ବନ୍ଦୀ କରି ରଖିଛନ୍ତି । ସେଠାରେ ଆର୍ଏସ୍ଏଫ୍ ଉଗ୍ରବାଦୀଙ୍କ ଦବ୍ଦବା ଥିବାରୁ ତାଙ୍କୁ ପଣବନ୍ଦୀ ରଖାଯାଇଛି ।
ମୁମ୍ୱାଇରେ କାମ କରିବା ସମୟରେ ଆଦର୍ଶ ଏକ କମ୍ପାନିର ମାଲିକଙ୍କ ପରାମର୍ଶରେ ସୁଦାନର ଏକ ପ୍ଲାଷ୍ଟିକ କାରଖାନାରେ କାମ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ । ସୁଦାନରେ ପ୍ରଥମ ୮ ମାସ ଠିକ୍ଠାକ୍ ରହିଥିଲା । କିନ୍ତୁ ଯୁଦ୍ଧ ଲାଗିବା ପରେ ସମସ୍ୟାରେ ପଡ଼ିଯାଇଥିଲେ ଆଦର୍ଶ । ବର୍ତ୍ତମାନ ସେ ପଣବନ୍ଦୀ । ଦୁଇ ବର୍ଷ ଧରି ଠିକ୍ରେ ଖାଇବାକୁ ପାଉ ନାହାନ୍ତି । ଦୀର୍ଘ ମାସ ଧରି ପରିବାର ସହ କଥା ହୋଇନାହାନ୍ତି । ଏକ ଭିଡିଓ ବାର୍ତ୍ତା ଜାରି କରି ଆଦର୍ଶ ରାଜ୍ୟ ସରକାରଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ।
ଗ୍ରାମବାସୀଙ୍କ କହିବାନୁଯାୟୀ, ଆଦର୍ଶ ବେହେରାଙ୍କ ପରିବାର କହିଲେ ବାପା କ୍ଷେତ୍ରବାସୀ ବେହେରା, ମା’ ଆରତୀ, ପତ୍ନୀ ଓ ଦୁଇ ପୁତ୍ର । ଆଦର୍ଶଙ୍କ ସାନ ଭାଇ ଗୁଜରାଟରେ କାର୍ଯ୍ୟ କରୁଥିଲେ । ସେ ଏବେ ନିଜ ପରିବାର ସହ ଗ୍ରାମରେ ରହୁଛନ୍ତି । ବର୍ତ୍ତମାନ ସୁଦାନରେ ଆଦର୍ଶଙ୍କ ସହ ଆଉ ଦୁଇ ଜଣ ଫସି ରହିଥିବା କୁହାଯାଉଛି ।
ପରିବାର ଦେଖାଇଥିବା ଏକ ଭିଡିଓରେ ଆଦର୍ଶ ହାତ ଯୋଡ଼ି ଉଦ୍ଧାର ପାଇଁ ନେହୁରା ହେଉଛନ୍ତି । ସେ କହୁଛନ୍ତି, ‘ଅଲ୍ ଫସିର ସହରରେ ମୁଁ ଦୁଇବର୍ଷ ହେଲା ବହୁ କଷ୍ଟରେ ରହୁଛି । ମୋ ପରିବାର ଓ ସନ୍ତାନ ମୋ ପାଇଁ ଚିନ୍ତାରେ ଅଛନ୍ତି । ମୁଁ ଓଡ଼ିଶା ସରକାରଙ୍କୁ ସହାୟତା ଯୋଗାଇବାକୁ ଅନୁରୋଧ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories