Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅସହାୟ ରାଣିଗଡ଼, ନାହିଁ ନାହିଁର ଗାଁ

Odisha

ଅସହାୟ ରାଣିଗଡ଼, ନାହିଁ ନାହିଁର ଗାଁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅସହାୟ ରାଣିଗଡ଼, ନାହିଁ ନାହିଁର ଗାଁ

ଅର୍ଗସ ବ୍ୟୁରୋ:  ନାଁ ସିନା ରାଣିଗଡ଼ ହେଲେ ବାସ୍ତବତା ହେଉଛି ଗରିବିର ତାଡନାରେ ହନ୍ତସନ୍ତ ରାଣିଗଡ଼ବାସୀ। ପ୍ରକୃତି କୋଳରେ ଏଠି ବିତୁଛି ଅଭିଶପ୍ତ ଜୀବନ। ଏଠି ହସୁଛି ପ୍ରକୃତି...ହେଲେ ମୈଳିକ ସମସ୍ୟା ଭିତରେ ସନ୍ତୁଳି ହେଉଛନ୍ତି ରାଣିଗଡ଼ବାସୀ। ବୋରିଗୁମ୍ମା ବ୍ଲକର ରଣସପୁର ପଞ୍ଚାୟତର ରାଣିଗଡ଼। ପଞ୍ଚାୟତ ସଦର ମୋହକୁମ୍ମା ଠାରୁ ୭ କିମି ଦୂରରେ ଅବସ୍ଥାପିତ ଏହି ଗାଁ କୁ ଯିବାକୁ ହେଲେ ବିସିଂହପୁର ଶାଙ୍ଖୁଲାଇ ମନ୍ଦିର ଠାରୁ ଘଞ୍ଚ ଜଙ୍ଗଲ ମଝିରେ ଅଙ୍କାବଙ୍କା ସଂକୀନ୍ନ ପଥୁରିଆ ପାଦଚଲା ରାସ୍ତାରେ ତିନିଟି ପାହାଡ଼ ଅତିକ୍ରମ କରିବାକୁ ପଡେ। ସ୍ବାଧିନତାର ୭୭ବର୍ଷ ପରେ ବି ଏଠି ବିକାଶ ତ ଦୁରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନି। ଗାଁ ରେ ୭୦ ପରିବାରର ୫୦୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରୁଛନ୍ତି। ମାତ୍ର ଆଜି ଯାଏଁ ଗାଁକୁ ଖଣ୍ଡିଏ ରାସ୍ତା ବି ସଂଯୋଗ ହୋଇପାରିନି ।

ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ନାହଁ l ଆଜିବି ପାହାଡିଆ ଝରଣା ପାଣି କିମ୍ବା ଚୁଆଁ ପାଣି ହିଁ ଏମାନଙ୍କର ଭରସା । ଗାଁରେ ଅଙ୍ଗନୱାଡି ଅଛି କିନ୍ତୁ ନିଜସ୍ବ ଗୃହ ନଥିବାରୁ ତାହା ସଠିକ ପରିଚାଳିତ ହୋଇପାରୁନି । ଫଳରେ କୁନିକୁନି ଶିଶୁ ମାନେ ପୃଷ୍ଟିକର ଖାଦ୍ୟ ଠାରୁ ବଞ୍ଚିତ ରହୁଛନ୍ତି l ଗାଁରେ ଥିବା ପୁରୁଣା ସ୍କୁଲ ମଧ୍ୟ ଦୁଇ ବର୍ଷ ହେବ ବନ୍ଦ ହୋଇ ଯାଇଛି। ଗାଁରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ମାତ୍ର ଶିକ୍ଷାର ଅଭାବରୁ ଏମାନଙ୍କ ଭାଷା ଗତ ସମସ୍ୟା ଉପୁଜେ l

ଆଭାସ ଯୋଜନାରେ କିଛି ପରିବାର ଘର ପାଇଥିବା ବେଳେ ଅଧିକାଂଶ ପରିବାର ଘର ପାଇ ନାହାନ୍ତି। ଗାଁ ଲୋକ ବର୍ଷବର୍ଷ ଧରି ଅନ୍ଧାରରେ ରହିଆସୁଥିଲେ। ମାତ୍ର ଏହି ଉପାନ୍ତ ଗାଁର ଅନ୍ଧାର ରାତିର ଦୃଶ୍ୟ ୬ମାସ ତଳେ ଅର୍ଗସ ଟିଭିରେ ପ୍ରସାରଣ ହେବା ପରେପ୍ରଶାସନ ଏହି ଗାଁ ରେ ସୋଲାର ସେଲ ମାଧ୍ୟମ ସମସ୍ତ ଘରକୁ ଆଲୋକର ବ୍ୟବସ୍ଥା କରିଥିଲେ, କିନ୍ତୁ ୨ମାସ ନଯାଉଣୁ ଅଧିକାଂଶ ସୋଲାର ସେଲ ଲାଗୁନଥିବା ଗ୍ରାମବାସୀ କହିଛନ୍ତି।

ପ୍ରକୃତିର କୋଳରେ ବିତୁଛି ଅଭିଶପ୍ତ ଜୀବନ। ନା ଏଠି ଖଣ୍ଡିଏ ରାସ୍ତାର ସୁବିଧା ଅଛି ..ନା ହେଇଛି ପାନୀୟ ଜଳର ସୁବିଧା । ଜୀବନ ଜୀଇଁବା ପାଇଁ ଏଠି କୌଣସି ଜୀବିକା ନାହିଁ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Helpless Ranigarh government scheme failed | Argus News