Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ନେଲେ ହେମାମାଳିନୀ

Odisha

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ନେଲେ ହେମାମାଳିନୀ

Ritu Das
Browse all articles by Ritu Das
·1 year ago·2 min read
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ନେଲେ ହେମାମାଳିନୀ

ହୋଲି ଉତ୍ସବ ସମସ୍ତଙ୍କ ଜୀବନରେ ରଙ୍ଗ ଭରିଦେଉ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି ଶ୍ରୀକ୍ଷେତ୍ରରେ ହୋଲି ଉତ୍ସବ ପାଳନ କରିବାର ସୁଯୋଗ ମିଳିଲା। ପବିତ୍ର ହୋଲି ଅବସରରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରି ଫେରିବା ପରେ ଗଣମାଧ୍ୟମକୁ ଏପରି କହିଛନ୍ତି ଡ୍ରିମ୍ ଗାର୍ଲ୍ ତଥା ବଲିଉଡର ବିଶିଷ୍ଟ ଅଭିନେତ୍ରୀ ହେମାମାଳିନୀ। ଶନିବାର ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେମାମାଳିନୀ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ସେବାୟତ ମାନେ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ। ପରେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ରତ୍ନସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସମୟରେ ବେଶ୍ ଭାବ ବିଭୋର ହୋଇପଡ଼ିଥିଲେ ଡ୍ରିମ୍ ଗାର୍ଲ୍।


ପରେ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ। ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା। ତେବେ ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡ୍ରିମ୍ ଗାର୍ଲ୍ ହେମାମାଳିନୀ କହିଛନ୍ତି ହୋଲି ଉତ୍ସବ ପୁରୀରେ ପାଳନ କରିବା ମୋ ପାଇଁ ସୌଭାଗ୍ୟର କଥା। ମହାପ୍ରଭୁଙ୍କ କୃପାରୁ ହୋଲି ଭଳି ଏକ ପବିତ୍ର ପର୍ବ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ର ଆସିଛି। ପବିତ୍ର ହୋଲିର ପର୍ବ ସମସ୍ତଙ୍କର ଜୀବନରରେ ରଙ୍ଗ ଭରି ଦେଉ ଏହାହିଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି‌। ସାରା ଦେଶର ମହାପ୍ରଭୁ ମଙ୍ଗଳ କରନ୍ତୁ ସେନେଇ ପ୍ରାର୍ଥନା କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଏବଂ ଆହୁରି ଭଲଭାବେ ଦର୍ଶନ କରିପାରିବେ ସେନେଇ ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ଡ୍ରିମ୍ ଗାର୍ଲ୍ ତଥା ମଥୁରାର ସାଂସଦ ହେମାମାଳିନୀ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ବାସଭବନ ଯିବେ ମଥୁରା ସାଂସଦ ହେମାମାଳିନୀ। ସମ୍ବିତ ପାତ୍ରଙ୍କ ବାସଭବନରେ ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗଦେବେ ଡ୍ରିମଗର୍ଲ।

Argus Whatsapp Channel Mobile Top
Sponsored
hema-malini-went-to-the-temple-to-seek-the-blessings-of-lord-jagannath | Argus News