Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସୁଛି ସ୍ଵାଦ-ଓଡ଼ିଶା ସିଜିନ- ୩ : ଏମିତି କରନ୍ତୁ ରେଜିଷ୍ଟ୍ରେସନ୍‌

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ଆସୁଛି ସ୍ଵାଦ-ଓଡ଼ିଶା ସିଜିନ- ୩ : ଏମିତି କରନ୍ତୁ ରେଜିଷ୍ଟ୍ରେସନ୍‌

ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଗଲାଣି ସ୍ଵାଦ ଓଡ଼ିଶା ସିଜିନ୍‌-୩ର ରେଜିଷ୍ଟ୍ରେସନ । ଏବେ ହିଁ ରେଜିଷ୍ଟ୍ରେସନ କରନ୍ତୁ ଓ ଆକର୍ଷଣୀୟ ପୁରସ୍କାର ପାଆନ୍ତୁ । କାରଣ ଓଡ଼ିଶାରେ ପ୍ରଥମଥର ପାଇଁ ଅର୍ଗସ ଆୟୋଜନ କରୁଛି କୁକିଂ ରିୟାଲିଟି ସୋ ' । ଯେଉଁ ସୋ'ରେ ଦେଶୀ ଓ ବିଦେଶୀର  ବିଭିନ୍ନ ସୁସ୍ଵାଦୁ ଡିସ୍‌ ପ୍ରସ୍ତୁତ କରୁଛନ୍ତି ପ୍ରତିଯୋଗୀମାନେ । ଖାଲି ପ୍ରସ୍ତୁତ କରୁଛନ୍ତି ତାହା ନୁହେଁ ବରଂ ଟିଭିରୁ ଦେଖି ଅନେକ ବ୍ୟକ୍ତି ରୋଷେଇ ବି ଶିଖୁଛନ୍ତି । ସେଇଥି ଲାଗି ତ ସ୍ଵାଦ ଓଡ଼ିଶା ସିଜିନ-୧, ସିଜିନ-୨ ଅପୂର୍ବ ସଫଳତା ପରେ ପୁଣି ଥରେ ସ୍ଵାଦ ଓଡ଼ିଶା ସିଜିନ୍‌-୩ ଆସୁଛି । ଇଏ ଏମିତି ଏକ କାର୍ଯ୍ୟକ୍ରମ ଯାହା ପ୍ରତିଟି ଓଡ଼ିଆଙ୍କ ମନକୁ କିଣିଛି । ଏହାସହ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ ଲକ୍ଷଲକ୍ଷ ଲୋକ ଦେଖୁଛନ୍ତି, ଲାଇକ୍‌, ସେୟାର ଓ ସବସ୍କ୍ରାଇବ ବି କରୁଛନ୍ତି ।  ତେଣୁ ଆଦୌ ଡେରି ନକରି ଏବେ ହିଁ ରେଜିଷ୍ଟ୍ରେସନ କରନ୍ତୁ । 

କେମିତି କରିବେ ରେଜିଷ୍ଟ୍ରେସନ ?

ଯଦି ଆପଣ ସ୍ଵାଦ ଓଡ଼ିଶା ସିଜିନ -୩ରେ ଆପଣ ଭାଗନେବାକୁ ଚାହୁଁଛନ୍ତି ତାହାଲେ ଅର୍ଗସ ନ୍ୟୁଜ୍‌ରେ ଦିଆଯାଇଥିବା ଆଡ୍‌ରେ କ୍ଲିକ୍‌ କରି ନିଜର ନାଁ, ପୁରା ଠିକଣା ସହ ଫଟୋ ଅପଲୋଡ୍‌ କରନ୍ତୁ । କାରଣ ଏତେ ମାତ୍ରାରେ ଆବେଦନ ହେଉଛି ଯେ ଆପଣ ଡେରି କଲେ ହୁଏତ ଆପଣଙ୍କୁ ପୁଣି ଗୋଟିଏ ସିଜିନ ପାଇଁ ଅପେକ୍ଷା କରିବାକୁ ପଡ଼ିବ । ଏହାସହ ଅର୍ଗସ ନ୍ୟୁଜ୍‌ର ୱେବ୍‌ ପୋର୍ଟାଲରେ ଦିଆଯାଇଥିବା ପପ୍‌ ଅପ୍‌ରେ କ୍ଲିକ୍‌ କରିବା ମାତ୍ରେ ଅତି ସହଜରେ ଆପଣ ବି କରିପାରିବେ ରେଜିଷ୍ଟ୍ରେସନ । ଅକ୍ଟୋବର ୨୫ ତାରିଖ ହିଁ ଶେଷ ତାରିଖ ରେଜିଷ୍ଟ୍ରେସନର ରଖାଯାଇଛି । ତେବେ ମନେ ରଖନ୍ତୁ ରେଜିଷ୍ଟ୍ରେସନ କରିବା ବେଳେ ନିଜର ରେସିପିର ଭିଡିଓ ଓ ସବିଶେଷ ତଥ୍ୟ ଦେବାକୁ ଆଦୌ ଭୁଲିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Swaad Odisha Season-3 | Argus News