Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଦୀପଙ୍କ କଥା ସତ ହେଲା: ବିଜେଡି ଛାଡିଲେ ତେଲକୋଇର ବିଜେଡି ବିଧାୟକ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପ୍ରଦୀପଙ୍କ କଥା ସତ ହେଲା: ବିଜେଡି ଛାଡିଲେ ତେଲକୋଇର ବିଜେଡି ବିଧାୟକ

Key Points

  • ପ୍ରଦୀପଙ୍କ କଥା ସତ ହେଲା
  • ବିଜେଡି ଛାଡିଲେ ତେଲକୋଇର ବିଜେଡି ବିଧାୟକ
  • ଷ୍ଟାଣ୍ଡିଂ MLA ଭାବରେ ପ୍ରଥମ ବିଧାୟକ ଛାଡିଲେ ଦଳ

ଅର୍ଗସ ବ୍ୟୁରୋ: ବିଜେଡିରେ ଏବେ ଆଉ କିଛି ଠିକ୍‌ ଚାଲିନାହିଁ । ଦଳର ଅବସ୍ଥା ଆଗକୁ ବି ଭଲ ନାହିଁ । ବୋଧହୁଏ ସେଇଥି ଲାଗି ବିଜେଡିରୁ ପ୍ରଥମଥର କୌଣସି ଷ୍ଟାଣ୍ଡିଂ MLA ଇସ୍ତଫା ଦେଇଛନ୍ତି । ଅବଶ୍ୟ ଇସ୍ତଫା ପତ୍ରରେ ବିଶେଷ କିଛି ଲେଖିନାହାନ୍ତି କିନ୍ତୁ ଦଳପ୍ରତି ସେ କେତେ ମାତ୍ରାରେ ଅସନ୍ତୁଷ୍ଟ ତାହା କିନ୍ତୁ ସ୍ପଷ୍ଟ ହୋଇଛି ।
ଇସ୍ତଫା ଦେଲେ ପ୍ରେମାନନ୍ଦ, ବଢିଲା ଚର୍ଚ୍ଚା

ତେଲକୋଇର ବିଜେଡି ବିଧାୟକ ଆଜି ବିଦ୍ଧିବଧ ଭାବରେ ଦଳରୁ ଇସ୍ତଫା ଦେଇଛନ୍ତି । ଅବଶ୍ୟ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୧୨ରୁ ଇସ୍ତଫା ଦେଇଥିବା ଗୋପାଳପୁରର ବିଧାୟକ କହିଥିଲେ । ପ୍ରଦୀପଙ୍କ କଥାକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ଆଜି ଇସ୍ତଫା ଦେଇଛନ୍ତି ପ୍ରେମାନନ୍ଦ । ତେବେ ଦଳରେ ତାଙ୍କୁ ଅଣଦେଖା ଅଭିଯୋଗ କରିବା ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଗତ ଅକ୍ଟୋବରରୁ ସେ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକଙ୍କୁ ଇ-ମେଲ ଦ୍ୱାରା ଇସ୍ତଫା ପତ୍ର ଦେଇଥିଲେ । ପ୍ରେମାନନ୍ଦଙ୍କ କହିବା ଅନୁଯାୟୀ ପଞ୍ଚମ ପାଳିରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସମ୍ଭବ ହେଉନଥିଲା । ଅଞ୍ଚଳର ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହେଉନଥିଲା ।

ଏମିତିକି ୨୦୧୯ରେ ସେ ଯାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ, ଅର୍ଥାତ ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁଙ୍କୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିରୁ ଆଣି ବିଜେଡିରେ ମିଶା ଯାଇଥିଲା । ଯାହାଫଳରେ ନିର୍ବାଚନ ମଣ୍ଡଳୀରେ ଦଳର ଏକ ସମାନ୍ତରଳ ଗୋଷ୍ଠୀ ତିଆରି ହେଲା । ଏହାକୁ ନେଇ ଦଳର ବିଭିନ୍ନ ଫୋରମରେ କହିଥିଲେ ମଧ୍ୟ କେହି ଶୁଣିଲେ ନାହିଁ । ଏହା ଛଡା ଇସ୍ତଫା ଦେଲାପରେ ମଧ୍ୟ ତାଙ୍କ ସହ କୌଣସି ଆଲୋଚନା କରାଗଲା ନାହିଁ କିମ୍ବା ତାଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ । ଫଳରେ ବାଧ୍ୟ ହୋଇ ସେ ଦଳ ଛାଡ଼ିଥିବା ଘୋଷଣା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୪ ନିର୍ବାଚନ ପୂର୍ବରୁ ବିଜେଡିକୁ ନେଇ ବଢିଲାଣି ଚର୍ଚ୍ଚା । ଜଣକ ପରେ ଜଣେ ନେତା ଦଳରୁ ଦେଉଛନ୍ତି ଇସ୍ତଫା । ଆଉ ଏହାରି ଭିତରେ ଦଳରୁ ବହିଷ୍କାର ହୋଇଥିବା ପ୍ରଦୀପ ଗୋଟିଏ ପରେ ଗୋଟିଏ ପୋଲ ଖୋଲୁଛନ୍ତି । ଏମିତିକି ପାଣି ପାଇଁ କେମିତି ପିଟାପିଟି ହୋଇଥିଲେ ତାହାର ବି ଗୁମର ଖୋଲିଛନ୍ତି ।
 

Sponsored
Telkoi MLA Premananda Nayak | Argus News