|
logo
Live

Argus News - କହୁ କହୁ ଏମିତି କହିଦେଲେ ପାଣ୍ଡିଆନ !

Odisha

କହୁ କହୁ ଏମିତି କହିଦେଲେ ପାଣ୍ଡିଆନ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କହୁ କହୁ ଏମିତି କହିଦେଲେ ପାଣ୍ଡିଆନ  !

Key Points

  • ପାଣ୍ଡିଆନ କହୁଛନ୍ତି ପ୍ରାର୍ଥୀ ଦେଖନି, ନବୀନଙ୍କୁ ଦେଖ
  • ଦୁଇଥର ଶଙ୍ଖକୁ ଭୋଟ୍‌ ଦିଅ

ଅର୍ଗସ ବ୍ୟୁରୋ:  ନିର୍ବାଚନ ହୋଇନି କିନ୍ତୁ ଦମ୍ଭୋକ୍ତି ଦେଖାଇଲେଣି ପାଣ୍ଡିଆନ । କାରଣ ସଭାରେ ଯେମିତି ଭାବରେ କେତେ ସିଟ୍‌ରେ ବିଜେଡି ଜିତିବ ବୋଲି କହୁଛନ୍ତି , ତାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ କହିବେ, ଯଦି ଏତେ କାମ କରିଛ ତାହାଲେ ଲୋକଙ୍କୁ ବାରମ୍ବାର ଭୋଟ୍‌ କାହିଁକି ମାଗୁଛ ? ଖାଲି ଏତିକି ନୁହେଁ ବରଂ ସଭାରେ ପାଣ୍ଡିଆନ ବାରମ୍ବାର ଗୋଟିଏ କଥା କହିଥିଲେ ପ୍ରାର୍ଥୀ ଦେଖନି ଶଙ୍ଖକୁ ଦେଖ, ନବୀନଙ୍କୁ ଦେଖ । ଦୁଇଟି ଆସନ ପାଇଁ ଗୋଟିଏ ଚିହ୍ନରେ ଭୋଟ ଦିଅ । ହେଲେ ଭରା ମଂଚରେ ପାଣ୍ଡିଆନ ଏମିତି କହିବା ପରେ ଏବେ ଚର୍ଚ୍ଚା ଜୋର ।

ବିଜେଡିରେ ଏବେ ନେତାଙ୍କର କିଛି କାଟତି ନାହିଁ । ସେଇଥି ଲାଗି ତ ପ୍ରାର୍ଥୀଙ୍କୁ ଦେଖନି ବରଂ ଶଙ୍ଖକୁ ଦେଖି ଭୋଟ୍‌ ଦେବାକୁ ବାରମ୍ବାର କହୁଥିଲେ ପାଣ୍ଡିଆନ । ହେଲେ ସାଧାରଣରେ ଗୋଟିଏ ପ୍ରଶ୍ନ, ବିଜେଡିରେ କଣ ଟାଣୁଆ ନେତା ନାହାନ୍ତି କି ? ଯେଉଁମାନେ ଅଛନ୍ତି ସେମାନଙ୍କୁ ପୋକମାଛି ପରି ଭାବୁଛନ୍ତି କି ପାଣ୍ଡିଆନ ? ନେତାଏ କାମ କରନ୍ତୁ କି ନାହିଁ, ଶଙ୍ଖ ଚିହ୍ନ ଦେଖି ଲୋକେ ଭୋଟ୍‌ ଦେବେ କାହିଁକି ?  ବିଜେଡିରେ ତାଙ୍କ ଛଡା ଅନ୍ୟ ନେତା ରୁହନ୍ତୁ ବୋଲି ସେ ଚାହୁଁନାହାନ୍ତି କି ? କିଛି ଏମିତି ପ୍ରଶ୍ନ ଏବେ ଚର୍ଚ୍ଚାରେ ।

ମୋଟ୍‌ ଉପରେ,  ଭୁବନେଶ୍ଵରରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ବଡ ଦାବି କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ.ପାଣ୍ଡିଆନ । କହିଛନ୍ତି, ଏଥର ରେକର୍ଡ ବ୍ୟବଧାନ ସହ ତିନି- ଚତୁର୍ଥାଂଶ ଆସନରେ ଜିତିବ ବିଜେଡି । ନବୀନ ପଟ୍ଟନାୟକ ବଡ ବ୍ୟବଧାନରେ ଜିତି ପୁଣି ସରକାରକୁ ଆସୁଛନ୍ତି । ଲୋକସଭା ନିର୍ବାଚନରେ ବି ଦଳ ଗତଥରଠାରୁ ଭଲ ପ୍ରଦର୍ଶନ କରିବ । ସେଥିପାଇଁ ଲୋକଙ୍କଠାରୁ ଦୁଇଟି ଆଶୀର୍ବାଦ ଦରକାର । ପ୍ରଥମେ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ । ପ୍ରାର୍ଥୀଙ୍କୁ ଦେଖିବେ ନାହିଁ । ବରଂ ଭୋଟର ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନକୁ ଦେଖିବେ ବୋଲି କହିଛନ୍ତି ଭି.କେ.ପାଣ୍ଡିଆନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନିର୍ବାଚନ ପାଖେଇ ଆସୁଛି...ବିଭିନ୍ନ ଦଳ ମଧ୍ୟରେ ପ୍ରତିଯୋଗିତା ବି ହେଉଛି । ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ପରେ ମଇଦାନରେ ପ୍ରଚାର ବି ଆରମ୍ଭ ହୋଇଗଲାଣି । ହେଲେ ଏମିତି ସ୍ଥିତିରେ ପାଣ୍ଡିଆନ ସଭାଡରେ ଯେମିତି ଦମ୍ଭୋକ୍ତି ଦେଖାଇଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
 

Sponsored
କହୁ କହୁ ଏମିତି କହିଦେଲେ ପାଣ୍ଡିଆନ ! | Argus News