Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନବୀନଙ୍କ ନୀଳବର୍ଣ୍ଣ ଶୃଗାଳ କିଏ ?

Odisha

ନବୀନଙ୍କ ନୀଳବର୍ଣ୍ଣ ଶୃଗାଳ କିଏ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ନବୀନଙ୍କ ନୀଳବର୍ଣ୍ଣ ଶୃଗାଳ କିଏ ?

Key Points

  • ପାଣ୍ଡିଆନଙ୍କୁ ନୀଳବର୍ଣ୍ଣ ଶୃଗାଳ କହିଲେ ସିଦ୍ଧାନ୍ତ
  • କହିଲେ, ୨୫ ବର୍ଷ ହେଲାଣି ନବୀନ କହିପାରୁନାହାନ୍ତି ଓଡ଼ିଆ
  • ମିଛ ଭାଷା ପ୍ରୀତିକୁ ନେଇ ସରକାରକୁ ଧୋଇଲେ

ଅର୍ଗସ ବ୍ୟୁରୋ : ପାଣ୍ଡିଆନଙ୍କୁ ନୀଳବର୍ଣ୍ଣ ଶୃଗାଳ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଧୋଇଲେ । ଖାଲି ଧୋଇଲେନି ବରଂ ୨୫ ବର୍ଷ ହେଲାଣି ବିନା ଟିପି ସାହାଯ୍ୟରେ କେମିତି ପଦୁଟିଏ ଓଡ଼ିଆ କହିପାରୁନାହାନ୍ତି ତାହାର ବି ଗୁମର ଖୋଲିଦେଲେ ବିଜେପିର ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର । କେବଳ ଏତିକି ନୁହେଁ ବରଂ ମା, ମାଟି, ମାତୃଭାଷାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର । ଦଳରୁ ଆସିବା ପରେ କେମିତି ବିଜେଡି ଚାଲୁଥିଲା ତାହାର ଭଣ୍ଡାଫୋଡ୍‌ କରିଥିବାରୁ ଏବେ ଚର୍ଚ୍ଚା ଜୋର ।

ଓଡ଼ିଆ ଭାଷାକୁ ଆଦୌ ଗୁରୁତ୍ଵ ଦିଅନ୍ତି ନାହିଁ ମୁଖ୍ୟମନ୍ତ୍ରୀ । ଯଦି ଭାଷାକୁ ଗୁରୁତ୍ଵ ଦେଉଥାଆନ୍ତେ ତାହାଲେ ୨୫ ବର୍ଷ ହେଲାଣି ସେ ଟିପି ଦେଖି ଓଡ଼ିଆ କୁହନ୍ତେ ନାହିଁ । ଭାଷା ଲାଗି ମିଛରେ ଦରଦ ଦେଖାଇ କେବଳ ଭାଣ୍ଡିଆ କରୁଛନ୍ତି । ଆମେ ଓଡ଼ିଆ, ଭାଷାକୁ ଅବହେଳା ହେଲେ ମତେ ଯେମିତି କଷ୍ଟ ଲାଗେ ଆପଣଙ୍କୁ ବି ସେମିତି କଷ୍ଟ ଲାଗୁଥିବ ବୋଲି କହିଛନ୍ତି ସିଦ୍ଧାନ୍ତ । 

ଗତକାଲି ଥିଲା ଉତ୍କଳ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା କେବଳ ଦେଇଥିଲେ, ହେଲେ ପାଣ୍ଡିଆନ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ ବୁଲିଥିଲେ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏମିତିକି ନବୀନଙ୍କ ବଦଳରେ ବାରମ୍ବାର କାହିଁକି ପାଣ୍ଡିଆନ ସବୁଆଡେ ଗସ୍ତ କରୁଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ହେଲେ ଉତ୍ତର ଏଯାଏଁ ମିଳୁନାହିଁ । ତେବେ ଆଜି ପ୍ରେସମିଟ୍‌ କରି ସିଦ୍ଧାନ୍ତ ଯେମିତି ଗୁମର ଖୋଲିଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar | Argus News