Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଂଟକୁ ନେଇ ପ୍ରଦୀପଙ୍କ ବିସ୍ଫୋରକ ବୟାନ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମେଂଟକୁ ନେଇ ପ୍ରଦୀପଙ୍କ ବିସ୍ଫୋରକ ବୟାନ !

Key Points

  • ମେଂଟକୁ ନେଇ ପ୍ରଦୀପଙ୍କ ବିସ୍ଫୋରକ ବୟାନ
  • କହିଲେ ପାଣ୍ଡିଆନ କିଏ ? ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ
  • ମେଂଟକୁ ନେଇ ପୁଣି ବଢିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ମେଂଟକୁ ନେଇ ଗୋପାଳପୁର ବିଧାୟକଙ୍କ ବିସ୍ଫୋରକ ବୟାନ । କହିଲେ, ବିଜେପି-ବିଜେଡି ମେଂଟକୁ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କିଛି କୁହନ୍ତୁ । ପାଣ୍ଡିଆନ କିଏ ? ସେ କ'ଣ କହିବେ ମେଂଟକୁ ନେଇ ? କିଛି ଏମିତି କହି ଏବେ ଚର୍ଚ୍ଚାରେ ପ୍ରଦୀପ । କାରଣ ପୂର୍ବରୁ ବି ଅନେକ ଥର ବିଜେଡିକୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି ପ୍ରଦୀପ । ହେଲେ ଗତକାଲି ଘରୋଇ ସଂସ୍ଥାକୁ ସାକ୍ଷାତକାର ଦେଇ ଫାଇଭ-ଟି ଅଧ୍ୟକ୍ଷ ଯେଉଁ ପ୍ରତିକ୍ରିୟା ରଖିଥିଲେ ତାହାକୁ ନେଇ ଏବେ କିନ୍ତୁ ଭାରି ଚର୍ଚ୍ଚା ।

୨୪ ନିର୍ବାଚନକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଖାସ୍‌ କରି ବିଜେପି-ବିଜେଡି ଭିତରେ ମେଂଟ ହେବା ନେଇ ଚର୍ଚ୍ଚା ଗତ ୧୫ ଦିନ ହେଲାଣି ଜୋରଦାର ଚାଲିଛି । ହେଲେ ଆଜିଯାଏଁ ସେନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହାରି ଭିତରେ ଦିଲ୍ଲୀ ଗସ୍ତରେ ଘନଘନ ଯାଉଛନ୍ତି ବିଜେପିର ବଡ଼ବଡ଼ ନେତା ।  ତେଣୁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ଭିତରେ ମେଂଟକୁ ନେଇ ବି ସୋସିଆଲ ମିଡିଆରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଚାଲିଛି । ଆଉ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଲା ଗତକାଲିର ପାଣ୍ଡିଆନଙ୍କ ମନ୍ତବ୍ୟକୁ । ହେଲେ ପାଣ୍ଡିଆନ କାହିଁକି ଏମିତି କହିଲେ ? ନବୀନ କାହିଁକି ନୁହେଁ ? ସେନେଇ ଉଠିଲାଣି ପ୍ରଶ୍ନ । 

ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କାରଣ ଏଥର ବି ସମାନ କଥା କହିଛନ୍ତି ପ୍ରଦୀପ । ପୂର୍ବରୁ ଯେମିତି କହୁଥିଲେ ଏଥର ଲେଖା ଛିଣ୍ଡାଇଦେବା, ଏଥର ବି ସେମିତି କହିଲେ ଲେଖା ଦେବା ଛିଣ୍ଡେଇ । ଖାଲି ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନରେ ବିଧାନସଭାରେ ୧୪୭ ଓ ଲୋକସଭା ୨୧ ପ୍ରାର୍ଥୀ ଦେବ ବିଜେପି ବୋଲି କହିଛନ୍ତି ପ୍ରଦୀପ । ମୋଟ୍‌ ଉପରେ ବିଜେପିର ପ୍ରାର୍ଥୀ ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର । ହେଲେ ଏବେ ପ୍ରଦୀପଙ୍କୁ ନେଇ ଭାରି ଚର୍ଚ୍ଚା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

(ବ୍ରହ୍ମପୁରରୁ ପିତାମ୍ବର ନାହକଙ୍କ ରିପୋର୍ଟ)


 

Sponsored
Pradeep Panigrahi | Argus News